ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇପିଏଫ୍ ପେନସନଧାରୀଙ୍କ ପାଇଁ ଖୁସି ଖବର , ଗୋଟିଏ ଦିନରେ ସମସ୍ତଙ୍କୁ ମିଳିବ ପେନସନ୍

ଖୁବଶୀଘ୍ର ପାରିତ ହେବ ପ୍ରସ୍ତାବ…

ଅର୍ଥମନ୍ତ୍ରଣାଳୟ ଏପରି ଯୋଜନା ପରେ କର୍ମଚାରୀମାନେ ବେଶ୍ ଉପକୃତ ହେବେ, ଏବଂ ଚାକିରୀ ଶେଷ ପରେ ସେମାନଙ୍କ ଜୀବନ ସୁଖଦ ଓ ସୁରକ୍ଷିତ ହୋଇପାରିବ ବୋଲି ଆଶା କରାଯାଉଛି……

ପେନସଧାରୀଙ୍କୁ ନିଜ ଜମାରାଶି ପାଇବାକୁ ଅପେକ୍ଷା କରିବାକୁ ପଡିବନି । ଆଗାମୀ ଦିନରେ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିି ସଙ୍ଗଠନ ତଥା ଇପିଏଫ୍ ର ପେନସନଧାରୀ ଗୋଟିଏ ଦିନରେ ହିଁ ଏକାଠି ପେନସନ୍ ପାଇବେ । ଏଥିପାଇଁ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ବ୍ୟବସ୍ଥା ବା ସେଣ୍ଟ୍ରାଲ ସିଷ୍ଟମ୍ ଆରମ୍ଭ କରିବେ । ସିବିଟି ବୈଠକରେ ନିଆଯିବ ଏହି ଚୂଡାନ୍ତ ନିଷ୍ପତ୍ତି । ଏହା ଲାଗୁ ହେଲେ ଦେଶର ୭୩ ଲକ୍ଷ ପେନସନଧାରୀଙ୍କୁ ଲାଭ ହେବ । ଏକାଦିନରେ ଏତେ ସଂଖ୍ୟକ କର୍ମଚାରୀ ପାଇବେ ପେନସନ୍ ।

କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ବା ଇପିଏଫ୍ ନୂଆ କେନ୍ଦ୍ରୀୟ ପେନସନ୍ ବିତରଣ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି । ଏଥିପାଇଁ ପ୍ରସ୍ତାବ ଚଳିତ ମାସ ୨୯ ଓ ୩୦ ତାରିଖରେ ପାରିତ ହେବାକୁ ଯାଉଛି । ଇପିଏଫର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବା (ସିବିଟି) ବୈଠକରେ ଏହାକୁ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି । ଏହି ବ୍ୟବସ୍ଥାର ପ୍ରତିଷ୍ଠା ହେଲେ ଦେଶରେ ୭୩ ଲକ୍ଷ ପେନସନଭୋଗୀଙ୍କ ଆକାଉଣ୍ଟକୁ ଏକାଥରକେ ଗୋଟିଏ ଦିନରେ ହିଁ ପେନସନ୍ ଟ୍ରାନ୍ସଫର କରାଯାଇପାରିବ ।

ପ୍ରଚିଳିତ ବ୍ୟବସ୍ଥାରେ ଇପିଏଫ୍ ପେନସନଧାରୀମାନେ ଭିନ୍ନ ଭିନ୍ନ ଦିନ ଏବଂ ବିଭିନ୍ନ ସମୟରେ ପେନସନ୍ ପାଇଥାନ୍ତି । ସିବିଟି ବୈଠକରେ କେନ୍ଦ୍ରୀୟ ପେନସନ୍ ବଣ୍ଟନ ବ୍ୟବସ୍ଥା ଗଠନ ପାଇଁ ଏକ ପ୍ରସ୍ତାବ ଦିଆଯିବ । ଏହି ବ୍ୟବସ୍ଥା ଆରମ୍ଭ କରାଯିବା ପରେ ଦେଶର ୧୩୮ ଆଞ୍ଚଳିକ କାର୍ଯ୍ୟାଳୟର ଡାଟାବେସ୍ ଆଧାରରେ ପେନସନ୍ ଦିଆଯିବ ।

ରିପୋର୍ଟ ଅନୁସାରେ ପେନସନ୍ ଉଠାଣ ଲାଗି ଥିବା ସର୍ବନିମ୍ନ ସମୟସୀମାକୁ ୬ ମାସରୁ କମାଇବାକୁ ଏକ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ଉପସ୍ଥାପିତ ହେବ । ଏହାର ଅର୍ଥ ଯଦିଓ ଜଣେ କର୍ମଚାରୀ ତାଙ୍କର ଭବିଷ୍ୟନିଧି ପାଣ୍ଠିରେ ୬ ମାସରୁ କମ୍ ଅର୍ଥ ଯୋଗଦାନ ରଖିଛନ୍ତି ତଥାପି ସେ ତାଙ୍କ ଜମାଟଙ୍କା ପ୍ରତ୍ୟାହାର କରିପାରିବେ । ପ୍ରଚଳିତ ନିୟମ ଅନୁଯାୟୀ, କର୍ମଚାରୀଙ୍କୁ ପେନସନରୁ ଟଙ୍କା ଉଠାଇବା ପାଇଁ ୬ ମାସରୁ ୧୦ ବର୍ଷ ଯାଏଁ ଅର୍ଥ ଯୋଗଦାନ ଦେବାକୁ ପଡିବ । ୨୦୨୧ ନଭେମ୍ବର ୨୦ରେ ଅନୁଷ୍ଠିତ ସିବିଟିର ୨୨୯ ତମ ବୈଠକରେ ଟ୍ରଷ୍ଟିମାନେ ଏକ କେନ୍ଦ୍ରୀଭୂତ ଆଇଟି ଆଧାରିତ ବ୍ୟବସ୍ଥାର ବିକାଶ ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ବୈଠକ ପରେ ଶ୍ରମ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଏହାପରେ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକର ବିବରଣୀ ଗୁଡିକ ପର୍ଯ୍ୟାୟକ୍ରମେ କେନ୍ଦ୍ରୀୟ ଡାଟାବେସକୁ ସ୍ଥାନାନ୍ତର କରାଯିବ । ଏହା ସେବା ପରିଚାଳନା ଏବଂ ଯୋଗାଣକୁ ସହଜ କରିବ ।

ସୂଚନା ମୁତାବକ, ୨-୨୧-୨୨ ଆର୍ଥିକ ବର୍ଷ ପାଇଁ ଇପିଏଫଓ ୮.୧ ପ୍ରତିଶତ ସୁଧହାର ସ୍ଥିର କରିଛି, ଯାହା ବିଗତ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ଥଲା । ଏହି କାରଣରୁ ଗତ ଆର୍ଥିକ ବର୍ଷରେ କର୍ମଚାରୀମାନେ ୮.୫ ପ୍ରତିଶତ ହାରରେ ସୁଧ ପାଇଥିଲେ ।

ତେବେ ଅର୍ଥମନ୍ତ୍ରଣାଳୟ ଏପରି ଯୋଜନା ପରେ କର୍ମଚାରୀମାନେ ବେଶ୍ ଉପକୃତ ହେବେ, ଏବଂ ଚାକିରୀ ଶେଷ ପରେ ସେମାନଙ୍କ ଜୀବନ ସୁଖଦ ଓ ସୁରକ୍ଷିତ ହୋଇପାରିବ ବୋଲି ଆଶା କରାଯାଉଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବ୍ୟଙ୍ଗକାରଙ୍କ ଦୃଷ୍ଟିରେ ସମାଜ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ 

Sunil Chandra Nayak

କଳାହାଣ୍ଡି ପୋଲିସ କୁ ବଡ ସଫଳତା ,୧୦ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ କୁ ଗିରଫ କଲା କଳାହାଣ୍ଡି ପୋଲିସ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଅପେକ୍ଷା

Leave a Comment

error: Content is protected !!