ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋତୋମୁଣ୍ଡା,କୋକସରା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ ପାଳନ

କୋକସରା,୬/୭ // ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ୭୪ ତମ ବନ ମହୋତ୍ସବ ପାଳିତ ହେଉଛି । ଗୁରୁବାର ଗୋତୋମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ କୋକସରା ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋତୋମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦେଇ ପରିବେଶ ସୁରକ୍ଷା ଓ ମାନବ ସମାଜର ରକ୍ଷା ପାଇଁ ବୃକ୍ଷ ହିଁ ଜୀବନ , ଏଣୁ ଆମେ ସମସ୍ତେ ସଚେତନ ହୋଇ ଆଜିଠାରୁ ନିଜ ପରିବେଶରେ ବୃକ୍ଷ ରୋପଣ କରି ପ୍ରକୃତିକୁ ଧ୍ୱଂସ ହେବାରୁ ବଞ୍ଚାଇବା ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ଯୁବନେତା ମାନସ ରଞ୍ଜନ ବାଗ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ବ୍ଲକ ବିଜୁ ଜନତା ଦଳର କର୍ମକର୍ତ୍ତା ସୁଶାନ୍ତ ବେହେରା, ପ୍ରମୋଦ ପ୍ରଧାନୀ, ସୁରେଶ ସାହୁ, ତାପସ ରାୟ, ବିନୋଦ ସିଂ, କୃଷି ସମବାୟ ସମିତି ସଭାପତି ଟେମରା ନବୀନ ପୁଝାରି, ଯୁବ ସମାଜସେବୀ ମନୋରଞ୍ଜନ ବାଣୁଆ, ଋତୁରାଜ ମାଝୀ, ଅଜିତ ପଟ୍ଟନାୟକ, ପାର୍ଥବ ମାଝୀ,ନିରଞ୍ଜନ ବାଗ, ବଳିଆର ସିଂ ମୋରେଇ, ସମେତ ଗୋତୋମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବନ ବିଭାଗ କର୍ମଚାରୀ ଓ ମିଶନ ଶକ୍ତିର ମହିଳା ମାନେ ଉପସ୍ଥିତ ଥିଲେ।।ସେହିପରି ଡିଗ୍ରୀ ମହା ବିଦ୍ୟାଳୟ ଠାରେ ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା,ଏନସିସି, ଏନଏସଏସ, ୟୁଥ ରେଡ଼କ୍ରସ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ମଧ୍ୟ ବନ ମହୋତ୍ସବ ପାଳନ ହୋଇଛି। ଏହି ଅବସରରେ କଲମପୁର ବିଇଓ ସୁଶ୍ରୀ ମଧୁସ୍ମିତା ନାୟକ, ବିଆରସିସିସ ତୋଫାନ ମାଝୀ, ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ଲଡୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିବା ସହ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଳାର ୩୯ ଗୋଟି ସ୍ଥାନରେ ଡା.ସାମୁଏଲ ଫେଡ୍ ରିକ୍ ହାନିମ୍ୟାନଙ୍କ ୨୭୧ ତମ ଜନ୍ମଜୟନ୍ତୀ ତଥା ବିଶ୍ୱ ହୋମିଓପାଥି ଦିବସ -୨୦୨୬ ମହା ସମାରୋହରେ ପାଳିତ 

Sunil Chandra Nayak

ମାଦକ ଦ୍ରବ୍ୟ ଉତ୍ପାଦନ ଓ ଚରାଚାଲାଣ ରୋକିବା ଉପରେ ଜିଲ୍ଲାସ୍ଥରୀୟ ବୈଠକ ଅନୁଷ୍ଠିତ 

masiha

ନର୍ଲା ଉପର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!