ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ତ୍ତବ୍ୟ ଓ ରିଲାଏନ୍ସ ଫାଉଣ୍ଡେସନ ସହାୟତା ରେ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ବନ ମହୋତ୍ସବ

ଆଜି ଧର୍ମଗଡ଼ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟ ଠାରେ କର୍ତ୍ତବ୍ୟ ଓ ରିଲାଏନ୍ସ ଫାଉଣ୍ଡେସନ ସହାୟତା ରେ ପଞ୍ଚାୟତ ମହାବିଦ୍ୟାଳୟ ୟୁଥ ରେଡ଼କ୍ରସ, ଜାତୀୟ ସେବା ଯୋଜନା(ଏନଏସଏସ) ,ରୋଭର ଏବଂ ରେଞ୍ଜର ୟୁନିଟ ଦ୍ୱାରା ୭୪ ତମ ବନ ମହୋତ୍ସବ ପାଳିତ ହୋଇ ଥିଲା ଓ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଵନ ମହୋତ୍ସବରେ କିଭଳି ଭାବରେ ସମସ୍ତେ ଘରେ ଘରେ ବୃକ୍ଷ ରୋପଣ କରି ତଥା ବିଭିନ୍ନ ଗୋଷ୍ଠି ବନୀକରଣ କରି ଆଗାମୀ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଜାଗ ହେବା ଓ ବୃକ୍ଷ ରୋପଣ କୁ ବ୍ୟପକ କରିବା ଏ ସମ୍ୱନ୍ଧ ରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଯେ ଯେଭଳି ମାତ୍ରା ରେ ବିଶ୍ୱ ତାପମାନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ସେଭଳି ସେଭଳି ମାତ୍ରା ରେ ଆମକୁ ବୃକ୍ଷ ରୋପଣ କରିବାକୁ ହେବ। ସେଥିପାଇଁ କଥାରେ ଅଛି” ବନ ବଞ୍ଚିଲେ ଜନ ବଞ୍ଚିବେ” ସେଥି ସକାଶେ ଆମକୁ ବେଳ ହୁଁ ସାବଧାନ ହୋଇ ପରିବେଶ ପ୍ରତି ଯଥେଷ୍ଟ ଦୃଷ୍ଟି ଦେବାକୁ ପଡିବ ନଚେତ ଆଗାମୀ କେତେ ବର୍ଷ ପରେ ବିଶ୍ୱର ପରିସ୍ଥିତି କଣ ହେବ କେହି କହି ପାରିବେ ନାହିଁ..! ବୃକ୍ଷ ହେଉଛି ଆମର ବନ୍ଧୁ ଯେମିତି ବୃକ୍ଷ ରୁ ଜଳ, ଜଳରୁ ଶସ୍ୟ ଓ ଶସ୍ୟ ରୁ ସଭ୍ୟତା ଯେଉଁ ଚକ୍ର ରହିଛି ଏହି ଚକ୍ର କୁ ଆମକୁ ବଜାୟ ରଖିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଓଡିଶା ପରିବେଶ ଓ ଜଙ୍ଗଲ ବିଭାଗ ର ଧର୍ମଗଡ଼ ରେଞ୍ଜର ଶ୍ରୀ ଭବାନୀ ଶଙ୍କର କୌର, ଶ୍ରୀ ଅଶୋକ ପଟ୍ଟନାୟକ, ମୁଖ୍ୟ କାର୍ଯ୍ୟନିର୍ବାହୀ କର୍ତ୍ତବ୍ୟ, ଶ୍ରୀ ଏସ ଜଗନ୍ନାଥ ରାଓ, ଅଧ୍ୟକ୍ଷ ପଞ୍ଚାୟତ କଲେଜ,ଶ୍ରୀ ସରୋଜ ପଣ୍ଡା, ଅଧ୍ୟାପକ ତଥା ଯୁବ ରେଡକ୍ରସ କାଉନସେଲର,ଶ୍ରୀ ଅଭୟ କୁମାର ବାଗ କ୍ରୀଡା ଅଧ୍ୟାପକ,ଶ୍ରୀ ଗଣପତି ବାଗ ଅଧ୍ୟାପକ ପଞ୍ଚାୟତ କଲେଜ,ମାଧବ ଲହଜଲ ଅଧ୍ୟାପକ ପଞ୍ଚାୟତ କଲେଜ,କର୍ତ୍ତବ୍ୟ ଅନୁଷ୍ଠାନର ଶ୍ରୀ ସୁଧୀର ରଞ୍ଜନ ଗୋପାଳ,ରବୀନ୍ଦ୍ର ବେହେରୁଖ, ପ୍ରଦୀପ ରଣା, ଦିନେସ ଗୋପାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସହଯୋଗ କରିଥିଲେ ।

 ସେହି ପରି ଧର୍ମଗଡ଼ ସ୍ଥିତ ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନେତୃତ୍ଵ ଉପରେ ତାଲିମ 

Sunil Chandra Nayak

ଲାଞ୍ଜିଗଡ଼ ଠାରେ ରେ ଦେୱାନି ଜଜ ତଥା ପ୍ରଥମ ଶ୍ରେଣୀ  ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଳତ ଉଦଘାଟିତ

masiha

ମହାଳିଙ୍ଗରେ ବଜ୍ରପାତ : ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!