ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର—( ମସିହା ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୂମା ରେ ଥିବା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ସନ୍ତୋଷ କୁମାର ପଟ୍ଟନାୟକ ଓ ପିଅନ ଲକ୍ଷ୍ମୀ ଜାନି ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି lଦୀର୍ଘ ୩୪ ବର୍ଷ ଧରି ଉକ୍ତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ଆଜି ଅବସର ଗ୍ରହଣ କରିଛନ୍ତି l ସେହିପରି ପିଅନ ଭାବେ ଲକ୍ଷ୍ମୀ ଜାନି ତାଙ୍କର କାର୍ଯ୍ୟରୁ ଅବସର ନେଇଥିବାରୁ ତାଙ୍କୁ ମଧ୍ଯ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷା ବିଭାଗ ମୁଖ୍ୟ ରମେଶ ଚନ୍ଦ୍ର ନାହକ ପରିଚାଳନା କରି ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ, ଇଂରାଜି ଅଧ୍ୟାପିକା ତତ୍ତ୍ଵମସୀ ରଥ, ରଶ୍ମିତା ପାଢୀ, ସରୋଜ କୁମାର ବଡକିଆ, ଅଧ୍ୟାପକ ଶିବ ପ୍ରସାଦ ସାହୁ, ନବୀନ କୁମାର ନାଗେଶ, ପଦମ ଭତ୍ରା,ଦୟାନିଧି ଟାକ୍ରୀ, ଲାଇବ୍ରେରୀ କର୍ମଚାରୀ ଗୋବର୍ଦ୍ଧନ ଭତ୍ରା,ସମ୍ବାରୁ ଭତ୍ରା,ଗୁପ୍ତ ପାଣ୍ଡେ, ମାନସିଂ ପନକା,ଜଗଦୀଶ ମାଝୀ, ମଙ୍ଗଳୁ ଜାନି, ଲକ୍ଷ୍ମଣ ମାଝି ପ୍ରମୂଖ ଯୋଗଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ବାରିପଦା ଠାରେ 77ତମ ସ୍ୱାଧୀନତା ଦିବସ -2023 ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଶ୍ରୀ ବ୍ରଜ ମୋହନ ଶ୍ରୀ ରାଧାକୃଷ୍ଣ ମନ୍ଦିରର ବର୍ଷୀୟାନ ପୁର୍ବତନ ପୂଜକ ରାମକୃଷ୍ଣ ମୁଣ୍ଡ ଙ୍କ ପରଲୋକ

Sunil Chandra Nayak

ବରିଷ୍ଠ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!