ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା ଶାନ୍ତିବନ ଗ୍ରାମୀଣ୍ୟ ଉଦ୍ୟାନ ପ୍ରାଙ୍ଗଣ ଠାରେ ୭୪ତମ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି l ନେହରୁ ଯୁବକେନ୍ଦ୍ର କଳାହାଣ୍ଡିଙ୍କ ତତ୍ୱବଧାନରେ କଳାରୁଦ୍ର ଯୁବକ ସଂଘ ଓ ରାମଜୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କୁସୁର୍ଲା (ହଜାରୀପଡା) ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି l ଏଥିରେ ବିଭିନ୍ନ କିସମର ବୃକ୍ଷ ରୋପଣ କରି ବନ ମହୋତ୍ସବ ପାଳନ କରାଯାଇ ଥିଲା l ପରେ ପ୍ରକୃତି ପ୍ରେମୀ ସନତ କୁମାର ସାହୁ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମିଳିମିଶି ବୃକ୍ଷ ରୋପଣ କରିବା ପାଇଁ ସପଥ ପାଠ କରିଥିଲେ l ବୃକ୍ଷଲତାର ସବୁଜ ସୁନ୍ଦର ଶୋଭା ପାଇଁ ଆମ ପୃଥିବୀ ଖୁବ ସୁନ୍ଦର ଅଟେ ବୃକ୍ଷ ଆମ ପୃଥିବୀବାସୀଙ୍କ ପାଇଁ ବରଦାନ ସଦୃଶ ତେଣୁ ବୃକ୍ଷଲତାର ଯତ୍ନ ନେବା ଆମ ସମସ୍ତଙ୍କର ନୈତିକତା କର୍ତ୍ତବ୍ୟ ଆଗକୁ ବର୍ଷା ଆଗମନ ହେଉଥିବାରୁ ସମସ୍ତଙ୍କୁ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ରାମଜୀ ସାଂସ୍କୃତିକ ଅନୁଷ୍ଠାନ ହଜାରୀପଡାର ସଭାପତି ଶ୍ୟାମରାଜ ସାହୁ, ସମାଜସେବୀ ତ୍ରିଲୋଚନ ସାହୁ, ସୁରେନ୍ଦ୍ର ସାହୁ, ହରପ୍ରସାଦ ସାହୁ, ସୁବାଶ ସାହୁ, ଋଷିମାଣି ସାହୁ ସହଯୋଗ କରିଥିଲେ ଶେଷରେ ପ୍ରକୃତି ପ୍ରେମୀ ଶ୍ରୀ ସାହୁ ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ହମିରପୁରରେ ସରକାରୀ ହସ୍ପିଟାଲ ଖୋଲିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର 

masiha

ମଣ୍ଡେଇ ମହୋତ୍ସବ ୨୦୨୪ ପାଳନ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ କମିଟି ର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!