ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ

 ମୟୂରଭଞ୍ଜ – ୭/୭ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ଗୋରୁମହିଷାଣୀ ସନ୍ନିକଟ ଆଦର୍ଶ ବିଦ୍ୟାଳୟରେ ଆଜି ୭୪ ତମ ଵନୋତ୍ସବ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟନାୟକ,ବନପାଳ କାଶୀନାଥ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ବୃକ୍ଷର ମହତ୍ଵ ଉପରେ ମୂଲ୍ୟବାନ କଥା ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ।ଜଙ୍ଗଲ ଧ୍ବଂସ, ଅବକ୍ଷୟ ଯୋଗୁଁ ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି ।ପ୍ରତିବର୍ଷ ୧ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ବୃଦ୍ଧି ପାଉଛି । ବର୍ତମାନ ଓଡ଼ିଶାରେ ୪୬ ଡିଗ୍ରୀ ତାପମାତ୍ରା ବେଳେ ମେକ୍ସିକୋ ରେ ୫୦ ଡିଗ୍ରୀ ତାପମାତ୍ରା ଛୁଇଁଲାଣି । ସମଗ୍ର ମଣିଷ ସମାଜ, ଜୀବଜନ୍ତୁ ଅସହ୍ୟ ଗରମ, ଗୁଳୁଗୁଳି, ମୌସୁମୀ ଅନିୟମିତତା ରେ ପ୍ରଭାବିତ । ତେଣୁ ସମସ୍ତେ ବୃକ୍ଷ ରୋପଣ କରିବା ସହ ତାହାର ‌ସୁରକ୍ଷା ପ୍ରତି ଯତ୍ନଶୀଳ ହେବା ଉଚିତ ।ଏହି ଅବସରରେ ଦଶମ ଶ୍ରେଣୀ ଛାତ୍ରୀ ଜି ବିଶ୍ବଲକ୍ଷ୍ମୀ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେଇଥିଲେ । ବିଦ୍ୟାଳୟ ପରିସରରେ ୫୧୦ ଟି ବୃକ୍ଷ ରୋପଣ କରାଯାଇଥିଲା । ଆଗକୁ ୧୦୦୦ ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କାର୍ଯ୍ୟକ୍ରମକୁ ଇଂରାଜୀ ଶିକ୍ଷକ ସୁମନ ଯାନା ପରିଚାଳନା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ ରୋଡ଼ ରେଲ ଷ୍ଟେସନ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଲେ ଧର୍ମଗଡ ବିଧାୟକ

masiha

ନିଜ ବାସଭବନ ରେ ରଙ୍ଗ ଖେଳିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ   

masiha

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!