ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଦ୍ୟ ଅନ୍ୱେଷଣ ରେ ଆସି ପରିତ୍ୟକ୍ତ କୂଅରେ ପଡିଲା ଭାଲୁ, ଅକ୍ଷତ ଅବସ୍ଥାରେ ଭାଲୁ ଉଦ୍ଧାର କଲେ ବନ କର୍ମଚାରୀ

କୋକସରା,୭/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ସର୍ଗିଗୁଡ଼ା ଜଙ୍ଗଲ ନିକଟବର୍ତ୍ତୀ କୁମୁଡି ଜଙ୍ଗଲ ରୁ ଏକ ଭାଲୁ ଖାଦ୍ୟ ଅନ୍ୱେଷଣ ରେ ଆସି ଜାମପଡା ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ରେ ଗୁରୁବାର ସନ୍ଧ୍ୟାରେ ଖସି ପଡ଼ି ଯାଇଥିବା ବେଳେ କିଚି କିଛି ସ୍ଥାନୀୟ ଲୋକେ ଦେଖିବା ପରେ ଏ ନେଇ ବେହେରା ସେକ୍ସନ ଫରେଷ୍ଟ ବିଭାଗ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଧର୍ମଗଡ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ନବରଙ୍ଗପୁର ଜିଲ୍ଲା ରୁ ଉଦ୍ଧାରକାରୀ ଦଳକୁ ଡକାଇ ଗତ ବିଳମ୍ବିତ ରାତିରେ କୂଅରୁ ଅକ୍ଷତ ଅବସ୍ଥାରେ ଭାଲୁକୁ ଉଦ୍ଧାର କରି ନିକଟସ୍ଥ କୁମୁଡ଼ି ଜଙ୍ଗଲରେ ଛାଡିଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ଧର୍ମଗଡ ବନ ବିଭାଗ ଅଧିକାରୀ ଏ ସି ଏଫ ପ୍ରଦୀପ ଭାତ୍ରା, ରେଞ୍ଜର ଭବାନୀ ଶଙ୍କର କାଉର, ଫରେଷ୍ଟ ଗାର୍ଡ ସୁଧାଂଶୁ ସାହୁ , ପାରା ଫରେଷ୍ଟ କର୍ମଚାରୀ ସ୍ୱାଧୀନ ଦଣ୍ଡସେନା ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଓ ନବରଙ୍ଗପୁର ଉଦ୍ଧାରକାରୀ ଦଳ ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ରେଭେନ୍ସା ଅର୍ଥନୀତି ସ୍ନାତକୋତ୍ତର ୧୯୮୨-୮୪ ବ୍ୟାଚର ବଂଧୁ ମିଳନ ପର୍ବ 

masiha

କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ଅବସରରେ  ମହୁଲପାଟଣା ଠାରେ ନୌଚାଳନା ଓ ତୀର ଚାଳନା ପ୍ରତିଯୋଗିତ

masiha

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳନ ଅବସରରେ ସଫଳ ରକ୍ତଦାନ ଶିବିର ଆୟୋଜିତ

masiha

Leave a Comment

error: Content is protected !!