ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଲକ ଠାରେ ୭୪ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ

ଥୁଆମୂଳ ରାମପୁର: ୦୮/୦୭ – (ମନିସ):-ଦିନକୁ ଦିନ ଜଙ୍ଗଲ ଧଂସାଭିମୁଖରେ ଆଡକୁ ଗତି କରୁଅଛି। ଜନସାଧାରଣ ଙ୍କ ସଚେତନତା ଅଭାବ ଯୋଗୁଁ ଏପରିସ୍ଥିତ ସୃଷ୍ଟି ହେବାକୁ ଲାଗିଛି। ଏହାର କୁପ୍ରଭାବ ରେ ଜନଜୀବନ ଅସ୍ତବ୍ୟସ୍ତ ଓ ଅକାଳରେ ବନ୍ଯାପରିସ୍ଥିତି ଲାଗିରହୁଛି ଯାହାଫଳରେ ଜଳବାୟୁ ପରିବର୍ତ୍ତନ ଠିକ୍ ସମୟରେ ହୋଇପାରୁନାହିଁ। ଏହା ମୁଖ୍ୟ କାରଣ ହେଉଛି ଏହି ସମାଜର କିଛି ନ୍ଯସ୍ତସ୍ବାର୍ଥ ମଣିଷଙ୍କ କରୁଥିବା କର୍ମ ଯାହାକି ଜଙ୍ଗଲ କୁ କାଟି ସଫା କରିବା ଏହାର କୁପରିଣତି ସମ୍ପୂର୍ଣ୍ଣ ଭାବରେ ଜୀବଜଗତ ଉପରେ ସିଧାସଳଖ ପ୍ରଭାବ ପଡୁଅଛି। ବେଳଥାଉଁ ଯଦି ଜଙ୍ଗଲ ସୃଷ୍ଟି କରିବା ଓ ସୁସ୍ଥ ପରିବେଶକୁ ରଖିବା ତେବେ ଯାଇ ଆମ୍ଭେ ସମସ୍ତେ ତ୍ରାହି ପାଇବା ଓ ସୁସ୍ଥ ଜୀବନ ନେଇ ବଞ୍ଚିପାରିବା ସେନେଇ ସରକାରଙ୍କ ବନବିଭାଗ ପକ୍ଷରୁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବର୍ଷକୁ ବର୍ଷ ବନମୋହତ୍ସବ ପାଳନ କରାଯାଉ ଥିବାବେଳେ ଏହି ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଦକ୍ଷିଣ ବନବିଭାଗ ପକ୍ଷରୁ ହେଲୋ ପଏଣ୍ଟ ଠାରେ ୭୪ ତମ ବନ ମହୋତ୍ସବର ଅନ୍ତିମ ସପ୍ତାହ ପାଳିତ ହୋଇଥିଲା। ଏହି ଅବସରରେ ଥୁଆମୂଳ ରାମପୁର ବ୍ଲକ ଜେ.ଏମ.ଏଫ୍.ଏସ୍.ସି କୋର୍ଟର ବିଚାର ପତି ମାନ୍ୟବର ସୌମ୍ୟଜିତ୍ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାଏକ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଥମେ ଏକ ସଂକଳ୍ପ ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ହେଲୋ ପଏଣ୍ଟ ପର୍ଯ୍ୟନ୍ତ ୨ କିଲୋମିଟରର ସଚେତନତା ବାର୍ତ୍ତା ନେଇ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ବୃକ୍ଷ ରୋପଣର ମହତ୍ତ୍ଵ ସମ୍ପର୍କିତ ବିଭିନ୍ନ ସଚେତନତା ସ୍ଲୋଗାନ ଦେଇଥିଲେ। ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ରେଞ୍ଜର ଶ୍ରୀ ଜୟଦେବ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରି ବନ ମହୋତ୍ସବକୁ ସଫଳ କରିଥିଲେ। ଥୁଆମୂଳ ରାମପୁର ସ୍ଥିତ ବିଭିନ୍ନ ସ୍ଥାନ ତଥା ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ଅବକାରୀ ବିଭାଗ, ବନ ବିଭାଗ ପ୍ରଭୃତି ରେ ବୃକ୍ଷରୋପଣ କରାଯାଇଥିଲା। ମାଁ ମାଣିକେଶ୍ଵରୀ ପଞ୍ଚାୟତ ସମିତି ମହା ବିଦ୍ୟାଳୟ ଅଧକ୍ଷ, ଥୁଆମୂଳ ରାମପୁର ବ୍ଲକ ଏମ.ଏଲ୍.ଏ ପ୍ରତିନିଧି ଶ୍ରୀ ମାଣିକ୍ୟ ଚନ୍ଦ୍ର ନାଏକ, ଜେ.ଏମ.ଏଫ୍.ଏସ୍.ସି କୋର୍ଟ ଓକିଲ ସଂଘ, ବିଭିନ୍ନ ବିଭାଗରେ ଅଧିକାରୀ ସମେତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବସ୍ତା ରେ ରାମ ନବମୀ ଉପଲକ୍ଷେ ବିଶାଳ ବାଇକ୍ ଶୋଭାଯାତ୍ରା 

Sunil Chandra Nayak

ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ

Sunil Chandra Nayak

ଏନ୍‌ଆଇଟି ରାଉରକେଲାର ୨୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୨ରେ….

Sunil Chandra Nayak

Leave a Comment

error: Content is protected !!