ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ମହିଳା ମହାବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ଉଦ୍ଘାଟିତ

ଧର୍ମଗଡ ବିଧାୟକ ମୌଷଧୀ ବାଗଙ୍କ ବିଧାୟକ ଅନୁଦାନ ପାଣ୍ଠି ରୁ ନିର୍ମିତ ଧର୍ମଗଡ ମହିଳା ମହାବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ଆଜି ଧର୍ମଗଡ ବିଧାୟକ ମୌଷଧୀ ବାଗ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି । ୧୯୯୨ ମସିହା ରେ ସ୍ଥାପିତ ଅଞ୍ଚଳ ର ସର୍ଵ ପୁରାତନ ମହିଳା ମହାବିଦ୍ୟାଳୟ ରେ ଶ୍ରେଣୀ ଗୃହ ର ଅଭାବ ରହିଥିଲା । ବିଦ୍ୟାଳୟ ଯୁକ୍ତ ଦୁଇ କଳା ବିଭାଗ ରେ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ରେ ମୋଟ ୫୧୨ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏତେ ସଂଖ୍ୟକ ଛାତ୍ରୀ ଙ୍କ ପାଈ ମାତ୍ର ତିନିଟି ଶ୍ରେଣୀ ଗୃହ ରହିଥିବା ବେଳେ ଏକ ପୁରୁଣା ଶ୍ରେଣୀ ଗୃହ ରେ କାମଚଳା ଭାବେ ପାଠ ପଢା ଯାଉଥିଲା । ଭିତ୍ତି ଭୂମୀ ର ଅଭାବ ଯୋଗୁ ଉଭୟ ଛାତ୍ରୀ, ଶିକ୍ଷୟତ୍ରୀ, କର୍ମଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉ ଥିଲେ । ଦୀର୍ଘ ଦିନ ଧରି ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବୀ କରା ଯାଉଥିଲା ବେଳେ ବିଧାୟକ ପାଣ୍ଠି ରୁ ୫୦ ଲକ୍ଷ ଟଙ୍କା ର ଅନୁଦାନ ସହାୟତା ରାଶି ପ୍ରଦାନ କରିଥିଲେ। ଫଳ ରେ ତିନିଟି ଶ୍ରେଣୀ ଗୃହ ରୁ ଏବେ ଏହା ବଢି ୬ଟି ଶ୍ରେଣୀ ଗୃହ ରେ ପହଞ୍ଚିଛି । ଆଜି ଏହି ଅବସର ରେ ବିଦ୍ୟାଳୟ ପରିସର ରେ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇ ଥିଲା।

ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଙ୍କ ସଭାପତିତ୍ବ କରିଥିଲେ। ମୂଖ୍ୟ ଅତିଥି ଭାବେ ବିଧାୟକ ମୌଷଧି ବାଗ, ସମ୍ମାନିତ ଅତିଥି ଭାବେ ଏନଏସି ଉପାଧ୍ୟକ୍ଷା ମନିଷା ମିଶ୍ର, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ପ୍ରତିଷ୍ଠାତା ସଭ୍ୟ ହୃଷୀକେଶ ମିଶ୍ର,ଯୁକ୍ତ ତିନି ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତୀ ମଞ୍ଜରୀ ପଣ୍ଡା, ସାମ୍ୱାଦିକ ଇଙ୍ଗିତ ପଣ୍ଡା, ବିରଞ୍ଚି ନାରାୟଣ ଜାଲ, ପୁର୍ବତନ କାଉନସିଲର ବିବେକ ରଞ୍ଜନ ମିଶ୍ର,ସ୍ୱାଧୀନ ବାଗ ପ୍ରମୁଖ ମଞ୍ଚାସିନ ଥିଲେ । ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସଞ୍ଜୀବ ମୁଣ୍ଡ ଧନ୍ୟବାଦ ପ୍ରଦାନ କରିଥିଲେ । ଅଧ୍ୟାପିକା ମମତା ତ୍ରିପାଠୀ, ସବିତା ପାଇକ ରାୟ, ସରିତା ସାମଲ, ଡମ୍ବରୁଧର ନାଏକ, ମନୋଜ ସେଠୀ, ସୁଶାନ୍ତ ପଟ୍ଟଯୋଷୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମା ତୋ ବିନା ଓ ଅଭୁଲା ସ୍ମୃତି କାର୍ଯ୍ୟକ୍ରମ ଆସନ୍ତା ୧୬ ରେ…….

Sunil Chandra Nayak

ମେଦନା ସ୍ଥିତ ଗ୍ରାମ୍ୟଦେବୀ ମାଁ କାଳୀ କଙ୍କାଲୁଣୀ ଙ୍କ ବାର୍ଷିକ ଦଶହରା ପାଳିତ

masiha

ଶାନ୍ତିଝରରେ ବନ ମହୋତ୍ସବ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!