ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଏଚଜି ଗ୍ରୁପକୁ ୨୦ଲକ୍ଷ ଋଣ ପ୍ରଦାନ

ତେନ୍ତୁଳିଖୁଣ୍ଟି -୦୮/୦୭/୨୩ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ସ୍ତରୀୟ କମିଟି ଦ୍ଵାରା ପିଏମଏଫଏମଇ ଯୋଜନାରେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୂଳା ମା ମାଣିକେଶ୍ଵରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଚୟନ କରାଯାଇଥିଲା ।

 ଓଡ଼ିଶା ସରକାର ମିଶନ ଶକ୍ତି ଯୋଜନାରେ ସ୍ୱୟଂ ସହାୟକ ଦଳର ମହିଳା ମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ଏବଂ ସେମାନଙ୍କ ଆର୍ଥିକ ବିକାଶ ହୋଇପାରିବ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୁଳା ର ମା ମାଣିକେଶ୍ବରୀ ସ୍ୱୟଂ ସହାୟକ ଦଳ କୁ ଆର୍ଥୀକ ସହାୟତା ୨୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି ।ଜିଲ୍ଲା ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଏସବିଆଇ ଖାତିଗୁଡା ଦ୍ଵାରା ସ୍ଵୟଂ ସହାୟକ ଦଳର ଉନ୍ନତ ମାନର ଛତୁଆ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଛତୁଆ ପ୍ରସ୍ତୁତି କେନ୍ଦ୍ର ଉନ୍ନତିକରଣ ତଥା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏହି ଋଣ ଦିଆଯାଇଛି।ଋଣ ଅର୍ଥର ସଦୁପଯୋଗ କରି ନିଜେ ସ୍ବାବଲମ୍ବୀ ହେବା ସହ ସମାଜ ପାଇଁ ପ୍ରେରଣା ଦାୟକ ହେବା କୁ ଜିଲ୍ଲାପାଳ ଡ଼ଃ ମିଶ୍ର ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁରଲିଡ଼ ବ୍ୟାଙ୍କ୍ ପରିଚାଳକ ସୁନିଲ କୁମାର ଜମୁଡ଼ା,ଏସବିଆଇ ପ୍ରବନ୍ଧକ ରଶ୍ମିରଞ୍ଜନ ରାଉତ,ଖାତିଗୁଡା ଶାଖା ପରିଚାଳକ ସୁଦ୍ଧିତ୍ୱ ପ୍ରଧାନ, କ୍ଷେତ୍ରଧିକାରୀ ଅଭିନାସ ମହାନ୍ତି, ନିର୍ଦ୍ଦେଶକ ଏସବିଆଇ ସୁନାରାମ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ମାଣିକେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଖୁସିବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କ ସମେତ ଜିଲ୍ଲାପାଳ ଏବଂ ବ୍ୟାଙ୍କ୍ର ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନ ମାଣି କେଶ୍ୱରୀ ଗ୍ରୁପ ଋଣ ପାଇବା ପରେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଛତୁଆ ଯୋଗାଣ କାରୀ ଦୁଇଟି ଗ୍ରୁପ କୁ ସେମାନଙ୍କ ଉତ୍ପାଦନ କେନ୍ଦ୍ର ର ଉନ୍ନତି ପାଇଁ ସ୍ୱତନ୍ତ୍ର ଋଣ ପାଇଗଲେ।କିଛିମାସ ତଳେ ମା ଦୁର୍ଗତି ନାସିନୀ ଗ୍ରୁପ 20 ଲକ୍ଷ ଟଙ୍କା ର ଋଣ ପାଇଥିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଏକତ୍ରିଂଶତମ ଜିଜ୍ଞାସା କର୍ମଶାଳା 

masiha

କୋକସରା ଶିକ୍ଷା ବିଭାଗ ରେ ନୂତନ ଭାବେ ଯୋଗଦେଲେ ଦୁଇ ଅଧିକାରୀ

Sunil Chandra Nayak

ବିବାହ ର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା .. ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ …

masiha

Leave a Comment

error: Content is protected !!