ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଗତପୁର ଆର୍ଡିଶ ହୋଟେଲରେ ବ୍ୟବସାୟୀଙ୍କ ଆତ୍ମହତ୍ୟା

ଜଗତପୁର,୦୭/୦୭: ଜଗତପୁର ସ୍ଥିତ କେନ୍ଦ୍ରାପଡା କେନାଲ ବନ୍ଧ ପାର୍ଶ୍ୱ ଏକ ହୋଟେଲ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜଗତପୁର ପୁଲିସ ଉଦ୍ଧାର କରିଛି | ମୃତକ ଜଣକ ହେଉଛନ୍ତି ମଙ୍ଗଳାବାଗରେ ରହୁଥିବା ପୁରୀ ଜିଲ୍ଲା ନୂଆହାଟ ଥାନା ଅନ୍ତର୍ଗତ ଗୋପୀନାଥପୁରର ସମ୍ପଦ କୁମାର ସାହୁ(୪୨)| ସୂଚନାମୁତାବକ ସମ୍ପଦ ମଙ୍ଗଳାବାଗରେ ପରିବାରଙ୍କ ସହିତ ରହି ଔଷଧ ବ୍ୟବସାୟ କରୁଥିଲେ | ବ୍ୟବସାୟ କରିବା ନିମନ୍ତେ ସେ ବିଭିନ୍ନ ସ୍ଥାନରୁ କରଜ ଆଣିଥିଲେ | ବ୍ୟବସାୟ ଭଲ ନଚାଲିବା ଫଳରେ ସେ କରଜ ସୁଝିବା ନେଇ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ | ଗତ କାଲି ଗୁରୁବାର ରାତ୍ରୀରେ ସମ୍ପଦ ଜଗତପୁର ସ୍ଥିତ ଆର୍ଡିଶ ହୋଟେଲରେ ରୁମ୍ ଭଡା ନେଇ ରହିଥିଲେ | ବିଳମ୍ବିତ ରାତ୍ରିରେ ସମ୍ପଦ ରହିଥିବା ହୋଟେଲ ରୁମ୍ ଭିତରେ ଥିବା ଫ୍ୟାନରେ ପ୍ଲାଷ୍ଟିକ ରାଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ହୋଟେଲ ପକ୍ଷରୁ ଜଗତପୁର ପୁଲିସକୁ ସୂଚନା ଦିଆଯାଇଥିଲା | ଖବର ପାଇ ଜଗତପୁର ପୁଲିସ ମୃତଦେହ ଜବତ କରି ସାବିତ୍ରୀ ସ୍ୱେଛାସେବୀ ଅନୁଷ୍ଠାନ ସହାୟତାରେ ଶବ ବ୍ୟବଛେଦ ନିମନ୍ତେ କଟକ ବଡ ମେଡିକାଲକୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି | ପୁଲିସ ମୃତ ଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି |

କଟକ ରୁ ସୁକାନ୍ତ ମହାପାତ୍ର ଙ୍କ ରିପୋର୍ଟ 

Related posts

ସଇତାନ ସାଜିଲା ସ୍ବାମୀ….. ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ଜମିରେ ପୋତିଦେଲା

Sunil Chandra Nayak

ବୃଦ୍ଧ ଙ୍କ ଆତ୍ମହତ୍ୟା 

ଅଚିହ୍ନା ନବଜାତ ଶିଶୁ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!