ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଡ୍ରି ଗ୍ରାମରେ ବନ ମହୋତ୍ସବ” ପାଳିତ

ଥୁଆମୂଳ ରାମପୁର:୦୯/୦୭ – (ମନିସ):- ଥୁଆମୂଳ ରାମପୁର ବ୍ଳକ ଅଡ୍ରି ଗ୍ରାମରେ ଗତ ତା ୦୭/୦୭/୨୦୨୩ ରିଖ ଦିନ ବନମହୋତ୍ସବ ପାଳିତ ହୋଇଯାଇଛି। ଗ୍ରାମବିକାଶ ଆନୁକୂଲ୍ୟରେ ଓ ଅଜିମ ପ୍ରେମ ଜି ଫାଉଣ୍ଡେସନ ସହାୟତାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ଅଡ୍ରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଥା ଗ୍ରାମବିକାଶ ଅଡ୍ରି ଏଫସିଓ ଅଧିନସ୍ଥ ଅଡ୍ରି ଗ୍ରାମର ଗ୍ରାମ୍ୟ କମିଟି ଓ ପେରଗୁନିପଡା ର ଗ୍ରାମ୍ୟ ଉନ୍ନୟନ କମିଟି ତଥା ଗ୍ରାମବାସୀଙ୍କୁ ନେଇ ଅଡ୍ରି ଗ୍ରାମ ରେ ଥିବା ଶିବମନ୍ଦିର ପାହାଡ ଉପରେ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାଏକ, ସମ୍ମାନିତ ଅତିଥି ଭାବରେ ଅଡ୍ରି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନନ୍ଦାଇ ମାଝୀ ପ୍ରମୁଖ ଙ୍କ ଉପସ୍ଥିତ ରେ ବୃକ୍ଷ ରୋପଣ କରିବା ସହ,ଏହାର ଉପକାରିତା ଉପରେ ଅବଗତ କରାଯାଇଥିଲା। ଗ୍ରାମବିକାଶ ଅଡ୍ରି FCO ର Thematic Coordinator ପରିଚାଳକ ସିଜିତ ସ୍ୱାଇଁ ଏହାର ରକ୍ଷଣା ବେକ୍ଷଣ ତଥା ସ୍ଥାୟୀତ୍ୱ ଉପରେ ଆଲୋକପାତ କରିଥିଲେ । ବନମୋହତ୍ସବ କାର୍ଯ୍ୟକ୍ରମରେ ଅଡ୍ରି ଏଫସିଓର କ୍ଷେତ୍ରକର୍ମୀ ଶ୍ରୀ ଦୁଃଖିରାମ ନାଏକ, ଦଲେଇ ମଲ୍ଲିକ, ଶିବ କୁମ୍ଭାର ସରିତା ମାଝୀ ଉପସ୍ଥିତ ଥିଲେ ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା 

Sunil Chandra Nayak

ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ସମ୍ବିତ ରାଉତରାୟ

Sunil Chandra Nayak

ସର୍ବକାଳୀନ ଓ ନିରନ୍ତର ସେବାପାଇଁ… ଜୟନ୍ତ ବେହେରା ପାଇଲେ ମହାବୀର ସାଂସ୍କୁତିକ ଅନୁଷ୍ଠାନର ଶ୍ରେଷ୍ଠ ସମ୍ମାନ  ମହାବୀର ସମ୍ମାନ-୨୦୨୩

masiha

Leave a Comment

error: Content is protected !!