ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହିତ୍ୟ ସଂସଦର ବର୍ଷା ଆସର ଓ ପୁସ୍ତକ ଉନ୍ମୋଚନ

ବାଲେଶ୍ଵର,୧୦/୭/୨୩- ବାଲେଶ୍ଵର ଜିଲ୍ଲା କୁପାରୀ ସ୍ଥିତ ମା’ ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ବର୍ଷା ଆସର ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ମା’ ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆସରରେ ଅମ୍ବିକା ଆଶ୍ରମାଧୀଶ ବାବା ଶୁଭେନ୍ଦୁ ମୁନି ଉଦାସୀନ ଉଦଘାଟକ ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପାଲା ଗାୟକ ତଥା ଶିକ୍ଷାବିତ୍ ହରିହର ପାଣିଗ୍ରାହୀ ଓ ମୁଖ୍ୟବକ୍ତା ଭାବେ ଚିତ୍ତରଞ୍ଜନ ସାମନ୍ତରାୟ ଯୋଗଦେଇ ବର୍ଷା ଓ ଆମ ସଂସ୍କୃତି ଉପରେ ଆଲୋଚନା କରିଥିଲେ । ବିବରଣୀ ପାଠ କରିଥିଲେ ଅନୁଷ୍ଠାନର ସମ୍ପାଦକ ଡା. ଉମେଶ ଚନ୍ଦ୍ର ମହାନ୍ତି । ଜଳଧର ଦାସଙ୍କ କବିତା ପୁସ୍ତକ ” ଭାବର ସ୍ବର ” ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ପରେପରେ ବର୍ଷା କବିତା ପାଠ ଆରମ୍ଭ ହୋଇଥିଲା । କବିତା ସଂଯୋଜନା କରିଥିଲେ କବୟିତ୍ରୀ ସନ୍ଧ୍ୟାରାଣୀ ପଟ୍ଟନାୟକ । କବିତା ଗୁଡିକୁ ସମୀକ୍ଷା କରିଥିଲେ ହରେକୃଷ୍ଣ ପଣ୍ଡା, ଭରତ ଚନ୍ଦ୍ର ଦାସ, ପ୍ରଭାସ ଦକ୍ଷିଣରାୟ, ଜଗନ୍ନାଥ ମହାପାତ୍ର, ସଙ୍କର୍ଷଣ ଜେନା, ଅର୍ଜୁନ ମହାରଣା, ଲକ୍ଷ୍ମଣ ପ୍ରସାଦ ଗାହାଣ, ଵସନ୍ତ କୁମାର ଦାସ ଓ ପ୍ରସନ୍ନ ମତଗଜ । ଏଥିରେ ବହୁ କବି ବର୍ଷା କବିତା ପାଠ କରିଥିଲେ । ଶେଷରେ ଅନ୍ଯବାଦ ଦେଇଥିଲେ ପ୍ରଭାସ ଚନ୍ଦ୍ର ଦକ୍ଷିଣରାୟ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର : ୬୫ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ଦୁଇ ଜଣଙ୍କୁ ସହାୟତା

Sunil Chandra Nayak

ପୂର୍ବତନ ସରପଞ୍ଚ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ : ଅଞ୍ଚଳର ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ପ୍ରତିଷ୍ଠାନରେ ଶୋକସଭା 

masiha

ସରସ୍ବତୀ ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ

masiha

Leave a Comment

error: Content is protected !!