ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେନ ଚକତଳେ ଵୃଦ୍ଧଙ୍କ ମୃତଦେହ ଉଦ୍ଧାର କଲା ରେଲୱେ ପୋଲିସ

ମୟୂରଭଞ୍ଜ- ୯/୭ ( ମସିହା)ଟାଟାନଗର- ବାଦାମ ପାହାଡ଼ ରେଳପଥରେ ଆଜି ବାଦାମ ପାହାଡ଼ରୁ ଟାଟା ନଗର ଫେରନ୍ତା ଟ୍ରେନ ଦୁର୍ଘଟଣାରେ ପୂର୍ବାହ୍ନ ୧୧ ଟା ପାଖାପାଖି ସମୟରେ ଅଁଳାଯୋଡି ଷ୍ଟେସନର ୧ ନମ୍ବର ପ୍ଳାଟଫର୍ମରେ ଟ୍ରେନ ଚକତଳେ ଏକ ବୃଦ୍ଧଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡଥିବା ରେଲଓ୍ବ ଥାନାରେ ଅଭିଯୋଗ ହୋଇଛି ।ଅଁଳାଯୋଡ଼ି ଷ୍ଟେସନରେ ଷ୍ଟେସନ ମାଷ୍ଟର ହରେକୃଷ୍ଣ ମୃତକଙ୍କୁ ଦେଖି ଵହଳଦା ପୋଲିସ,ବାଲେଶ୍ବର ରେଲୱେ ପୋଲିସକୁ ଖବର ଦେଇଥିଲେ ।ପରେ ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା ।ଖବର ନେବାରୁ ଜଣାପଡିଛି ମୃତକ ହେଲେ ଗୋରୁମହିଷାଣି ଅଂଚଳର ଅବିବାହିତ ରଣଜିତ ସେନଗୁପ୍ତ (୬୫)। ସେ ରାଇରଙ୍ଗପୁରର ଜଣାଶୁଣା ଖ୍ୟାତନାମା ବରିଷ୍ଠ ଓକିଲ ସ୍ବର୍ଗତ ଇନ୍ଦ୍ରଜିତ ସେନଗୁପ୍ତ ଏବଂ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପ୍ରାଧ୍ଯାପିକା ସ୍ବର୍ଗତ ବାସନ୍ତୀ ସେନଗୁପ୍ତାଙ୍କ ସାନ ଭାଇ । ରଣଜିତ ଜଣେ ଶାନ୍ତ ଶିଷ୍ଟ , ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ । କେଉଁ ପରିସ୍ଥିତିରେ ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଲା ତାହାକୁ ନେଇ ଗୋରୁମହିଷାଣୀ ଅଂଚଳରେ ଚର୍ଚ୍ଚା ଚାଲିଛି । ତାଙ୍କ ମୃତ୍ୟୁରେ ଗୋରୁମହିଷାଣୀରେ ଶୋକରେ ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁରେ ଗୋରୁମହିଷାଣୀ ଅଂଚଳର ବିଶିଷ୍ଟ ଶ୍ରମିକ ନେତା ନିନା ଦାସ,ଆଡଭୋକେଟ ଉପେନ୍ଦ୍ର ମଣ୍ଡଳ, ସାମ୍ବାଦିକ ସୁବ୍ରତ ମହାନ୍ତି, ସୁଜିତ ପଟନାୟକ, ତୁଷାରକାନ୍ତ ମହାନ୍ତ, ଦୟାନିଧି ମହାକୁଡ,ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ଅଶୋକ ମହାନ୍ତ,ଜିଲ୍ଲା ପରିଷଦ ସଦସ୍ୟା ଲିପିକା ମଣ୍ଡଳ,ଯୁବ ବିଜେଡି ନେତା ଅଭିଷେକ ପଟନାୟକ, ଶ୍ରମିକ ନେତା ସୁରାଇ ବାବୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ପାଓ୍ବାର ଏମ୍ପଲୟଜ୍ ୟୁନିଅନର ସାଧାରଣ ବୈଠକ 

masiha

ସି ଆଇ ଟି ୟୁ ନେତୃତ୍ୱରେ ପରିବହନ ଶ୍ରମିକଙ୍କ ରାଜ୍ୟବ୍ୟାପୀ ପ୍ରତିବାଦ ବିକ୍ଷୋଭ ଓ ଧାରଣା, ରାଉରକେଲା ପରିବହନ ଶ୍ରମିକ ସାମିଲ

Sunil Chandra Nayak

ରାତି ସାରା ଗଛ ଉପରେ ୧୪ ଶ୍ରମିଜ

Leave a Comment

error: Content is protected !!