ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ପୋଲିସ ପୁଣି ମାଓବାଦୀ ସଂପୃକ୍ତି ବ୍ୟକ୍ତି ସହ ମାଓସାମଗ୍ରୀ ଜବତ କରିଛି

ନର୍ଲା (ମପ୍ର)-ଗତ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଲାଞ୍ଜିଗଡ ରୋଡ ଅଞ୍ଚଳରେ ମାଓବାଦୀଙ୍କୁ ମାଓ ସାମଗ୍ରୀ ଯୋଗାଉଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଥିଲା କଳାହାଣ୍ଡି ପୋଲିସ l ଲାଞ୍ଜିଗଡ ରୋଡର ପ୍ରବିଣ କୁମାର ରାଉତ ତାଙ୍କ ପୁଅ ପ୍ରତିଦାନ ରାଉତ ଏବଂ ଶକ୍ତିସାମନ୍ତ ଦଳ ବେହେରାଙ୍କ ବିଷୟରେ କୌଣସି ସୁତ୍ରରୁ ଖବର ପାଇ ତାଙ୍କ ଘରେ ଚଢାଉ କରିଥିଲା l ଚଢାଉ ବେଳେ ଦୁଇଟି ୱାକିଟକି, ବ୍ଯାଟେରି, ଚାର୍ଜର , ତିନୋଟି ମୋବାଇଲ ଫୋନ ଓ ଅନ୍ଯାନ୍ଯ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିବା ସହିତ ଅଧିକ ପଚରାଉଚରା କରି ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ସେହି କେସର ତଦନ୍ତ ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବାଙ୍କେଲ ଗ୍ରାମର ଖଗେଶ୍ବର ଗୌଡ ନାମକ ଜଣେ ମାଓ ସମର୍ଥକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ଗିରଫ ଖଗେଶ୍ବର ଗୌଡଙ୍କ ନିକଟରୁ ୯ ଟି ଜୀବନ୍ତ ଡିଟୋନେଟର , ୩ ମାଓ ପୋଷ୍ଟର, ତାର, ମାଓ ପୁସ୍ତିକା ସହ ବିଭିନ୍ନ ସାମଗ୍ରୀ ଜବତ କରି କୋର୍ଟଚାଲାଣ କରିଥିବା କଳାହାଣ୍ଡି ଏସପି ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି l

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପାନୀୟ ଜଳ ସମସ୍ୟାକୁ ନେଇ ନଗରପାଳଙ୍କୁ ଦାବିପତ୍ର ପ୍ରଦାନ

ନବୀନ ନିବାସରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀ,ସାଙ୍ଗଠନିକ ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Leave a Comment

error: Content is protected !!