ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଚ୍ଛେଦ ହେଲା ଜବରଦଖଲ

ବାଲେଶ୍ଵର,୧୦/୭/୨୩- କିଛି ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ଅବରୋଧ ହୋଇଥିବା ସରକାରୀ ରାସ୍ତାକୁ ହଟାଇଲା ବାଲିଆପାଳ ତହସିଲ ପ୍ରଶାଶନ । ସୁଚନା ଅନୁଯାୟୀ ବାଲେଶ୍ୱର ଜିଲା ବାଲିଆପାଳ ତହସିଲ ଅଧିନସ୍ଥ ଅଳାଡିହା ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ବାପା ଓ ଜେଜେବାପା ଅମଳରୁ ବ୍ୟବହାର କରି ଆସୁଥିବା ଏକ ସରକାରୀ ରାସ୍ତାକୁ ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକ ଜୋର ଜବରଦସ୍ତ ତାଙ୍କ ଜାଗା ବୋଲି ଦାବୀ କରି ଅବରୋଧ କରି ଥିଲେ, ଫଳରେ ଲକ୍ଷ୍ମୀଧରଙ୍କ ପରିବାର ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ରାସ୍ତାଟିଏ ପାଇଁ ଆର. ଆଇ, ତହସିଲ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା । ଶେଷରେ ଲଷ୍ମୀଧର ମାନ୍ୟବର ଉଚ୍ଚ ନିଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ଉଚ୍ଚ ନ୍ଯାୟାଳୟ W.P(C) NO-36131/22 ଚିଠି ମୂଳେ ରାସ୍ତା ଦେବାକୁ ବାଲିଆପାଳ ତହସିଲକୁ ନିର୍ଦେଶ ଦେଇଥିଲେ । ଉଚ୍ଚ ନିୟାଳୟର ନିର୍ଦେଶକୁ ମାନି ବାଲିଆପାଳ ତହସିଲ ପକ୍ଷରୁ ଘଟଣା ସ୍ଥଳରେ ପହଂଚି ଉକ୍ତ ସରକାରୀ ଜାଗାକୁ ଚିହ୍ନଟ କରିବା ସହିତ ଜବର ଦଖଲକୁ ଉଛେଦ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ଥାନା ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନ ମାନର, ବିଭାଗୀୟ ଯନ୍ତ୍ରୀ ଙ୍କ ଦେଖା ନାହିଁ, ମିସ୍ତ୍ରୀ ଙ୍କ ନିଜ ଇଚ୍ଛାରେ ଚାଲୁଛି କାମ

masiha

ବରିଷ୍ଠ ଆଇନଜୀବୀ ବଳବନ୍ତ ଉଗ୍ରସେନ ପଟନାୟକଙ୍କ ପରଲୋକ , ରାୟଗଡ଼ା ଓ କାଶୀପୁର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ରାଜ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଜନଜାତି ପାଇଁ ଉଦ୍ଦିଷ୍ଟ ଯୋଜନାର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ: ରାଜ୍ୟପାଳ

Sunil Chandra Nayak

Leave a Comment

error: Content is protected !!