ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଦୋଳଯାତ୍ରା ଅବସରରେ ପୁରାଣ ପାଠ ଓ ନାମଯଗ୍ୟଁ ଅନୁଷ୍ଠିତ

ରୁପ୍ରା, ୧୭/୩ : ନର୍ଲାବ୍ଲକ ରୁପ୍ରା ଗ୍ରାମ ପଞ୍ଚାୟତ ଅଧିନ ରୁପ୍ରା (ଖମ୍ୱପଡା) ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଆଞ୍ଚଳିକ ଦୋଳଯାତ୍ରା କମିଟୀ ଆୟୋଜନରେ ଓ ଶ୍ରୀ ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନର ଓ ଅଞ୍ଚଳର ଗ୍ରାମବାସୀଙ୍କ ସହଯୋଗରେ ଦୋଳଯାତ୍ରା ଉପଲକ୍ଷେ ପୁରାଣ ପାଠ ଓ ଷୋହଳ ପ୍ରହରୀ ନାମଯଗ୍ୟଁ ଅନୁଷ୍ଠିତ ହେବାସହ ଏକ ଆଧ୍ୟାତ୍ମ ପରିବେଷ ଦେଖିବାକୁ ମିଳିଛି । କରୋନା ମହାମାରୀ ପ୍ରଭାବରେ ଦୁଇବର୍ଷ ହେଲା ଦୋଳଯାତ୍ରା ଅନୁଷ୍ଠିତ ହୋଇନଥିଲା । ଏଣୁ ଚଳିତ ବର୍ଷ ଦୋଳଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ହେଉଥିବା ଦେଖାଯାଇଛି । ନାମ ଯଗ୍ୟଁରେ କର୍ତ୍ତା ଦାୟିତ୍ୱରେ ଗିରିଜା ଶଙ୍କର ସେନାପତି  ତାଙ୍କ ଦୁଇପତ୍ନୀ ପ୍ରେମଶିଳା ସେନାପତି ଓ କ୍ଷୀତିସୂତା ସେନାପତି ରହିଥିବା ବେଳେ ପୂଜକ ଶେଷଦେବ ନନ୍ଦ ଓ ସହଯୋଗୀ ପୂଜକ ଜଵାହରଲାଲ୍ ନନ୍ଦ ରହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ଶନିବାର ପୂର୍ଣ୍ଣାହୁତି ହେବ ।    ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

Related posts

ନବୀନ ପାଇଲେ ଜୀବନବ୍ୟାପୀ ସାଧନା ସମ୍ମାନ…ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନୀତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

ବାଲିଆପାଳ ଠାରେ ନିର୍ମିତ ତାଲିମ କେନ୍ଦ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୨ ପାଳିତ

Sunil Chandra Nayak

Leave a Comment

error: Content is protected !!