ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀତି ଆୟୋଗ ବୈଠକ

ଡାବୁଗାଁ, ୧୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଡିଓ ଙ୍କ କାର୍ଯ୍ୟ|ଳୟ ପ୍ରକୋଷ୍ଠରେ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନୀତି ଆୟୋଗ କାର୍ଯ୍ୟକ୍ରମ ସଂଯୋଜକ ଦେବବ୍ରତ ଆଚାର୍ଯ୍ୟ ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟି, କୃଷି, ଅର୍ଥନୈତକ ଓ ସାମାଜିକ ଉନ୍ନତି ଆଦି ବିଷୟରେ ନିର୍ଦ୍ଧାରିତ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ଉକ୍ତ ମାନଦଣ୍ଡ ଗୁଡିକ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ଉପରେ ଆଲୋଚନା ହୋଇଥିଲା | ଏହି ବୈଠକରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ବ୍ଲକ ଶିକ୍ଷା ଅଧିକାରୀ ସିବା ଶଙ୍କର ମଣ୍ଡଳ, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ସଂଜୀବ କୁମାର ସେଠୀ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ବିଆରସି ରାଜକିଶୋର ଦାସ, ଆଇସିଡିଏସ ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, କୁନମୁନ ସେନାପତି, ରୋଜାଲିନୀ ପ୍ରଧାନ ଓ ସାଇରା ବାନୁ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗାଇସିଲେଟ ପଞ୍ଚସ୍ତରୀତମ ସାଧାରଣତନ୍ତ୍ର ଦିବସରେ ଶାସନ ଓ ପ୍ରଶାସନଙ୍କ ଭୂମିକା 

masiha

ଇସ୍ପାତ ସାହିତ୍ୟ ଖଟିରେ ବିଶ୍ୱ କବିତା ଦିବସ ପାଳିତ

masiha

ଇମ୍ଫା-ଥେରୁବାଲି ରେ ଅପତ୍କାଳୀନ ଉଦ୍ଧାର ଅଭ୍ୟାସ ଅଭିଯାନ 

masiha

Leave a Comment

error: Content is protected !!