ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଲ ପୋଷାକ ବଣ୍ଟନରେ ବ୍ୟାପକ ଦୁର୍ନୀତି , ଦୁର୍ନୀତିକୁ ଲୁଚାଇବାକୁ ସାମ୍ବାଦିକଙ୍କୁ ଦେଖାଉଛନ୍ତି ଲୋଭ

ଗୋଲାମୁଣ୍ଡା,ତା 11/7/ନିର୍ଭୟ /ନିରପେକ୍ଷ ମସିହା /କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନରେ ବ୍ୟାପକ ଦୁର୍ନୀତି ହେଉଥିବା ଦେଖିବାକୁ ମିଳୁଛି । ନିମ୍ନମାନର କପଡା ଯୋଗାଇ ଥିବା ନେଇ ସ୍କୁଲ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇ ଦେବାକୁ କେନ୍ଦ୍ର ଦେଇଛି ୬୦୦ଟଙ୍କା ଓ ରାଜ୍ୟ ସରକାର ଦେଇଛି ୪୦୦ ଟଙ୍କା । କେନ୍ଦ୍ରର ଟଙ୍କା ପହଞ୍ଚି ସାରିଥିବା ବେଳେ ରାଜ୍ୟର ଏ ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ । ଗୋଲାମୁଣ୍ଡା ବ୍ଲକରେ ୧୮୯ଟି ବିଦ୍ୟାଳୟ ଥିବା ବେଳେ ସମୁଦାୟ ୧୫୮୫୧ ଜଣ ଛାତ୍ରଛାତ୍ରୀ ଅଛନ୍ତି । ପୋଷାକ ବଣ୍ଟନର ଦୁର୍ନୀତି ବାସ୍ନା ଲୋକ ଲୋଚନରେ ଚର୍ଚ୍ଚା ହେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଟେମଲାଲ ଦୁବେଙ୍କୁ ଜଣ ପିଛା କେତେ ଟଙ୍କା ଆସୁଛି ବୋଲି ପଚରା ଯାଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କହିବା ଅନୁଯାୟୀ ଜଣ ପିଛା ୧୦୦୦ ଟଙ୍କା ଆସୁଛି ସେହି ଭିତରୁ ଡ୍ରେସ ପାଇଁ ୫୦୦ ଟଙ୍କା, ବୁଟ ଓ ଦୁଇ ହଲ ମଉଜା ପାଇଁ ୨୦୦ ଟଙ୍କା, ଟାଏ ପାଇଁ ୩୦ ଟଙ୍କା,ଆଇ କାର୍ଡ ପାଇଁ ୨୦ ଟଙ୍କା,ଟି ସାର୍ଟ ପାଇଁ ୧୨୫ ଟଙ୍କା, ଓ ଟ୍ରାକ ସୁଟ ପାଇଁ ୧୨୫ ଟଙ୍କା, ଆସୁଥିବା ପ୍ରକାଶ କରିଥିଲେ । ଓଡ଼ିଶା ସରକାର ମାଷ୍ଟର ସାର୍ଟ ଓ ଟୁନି ପେଣ୍ଟ କିଣିବାକୁ ନିର୍ଦେଶ ଦେଇଥିବା ବେଳେ ଗୋଳାମୁଣ୍ଡା ବ୍ଲକର ସିଆରସିସି ମାନେ ନେତୃତ୍ୱ ନେଇ ନିମ୍ନମାନର କପଡା କିଣି ଆସିଥିବା ବଜେଟରୁ ଭାଗେ ଟଙ୍କା ଆତ୍ମସାତ କରିଥିବା ଲୋକଲୋଚନରେ ଚର୍ଚ୍ଚା ହେଉଛି । କେସିଙ୍ଗା କପଡା ହୋଲସେଲର ରେଟ ଚାର୍ଟ ଅନୁଯାଇ ମାଷ୍ଟର ସାର୍ଟର ମୂଲ୍ୟ ୫୨ ଟଙ୍କା ଟୁନି ପେଣ୍ଟର ମୂଲ୍ୟ ୬୯ ଟଙ୍କା ଦୁଇ ହଳକୁ ୨୪୨ ଟଙ୍କା,ଫ୍ରକ ୮୦ ଟଙ୍କା ଥିବାବେଳେ ଦୁଇ ହଳକୁ ୧୬୦ ଟଙ୍କା, ଫୁଲ ଡେଣା ସାଲୁଆର ସୁଟ ଓ ଉର୍ଣ୍ଣି ୧୪୭ ଟଙ୍କା ଥିବା ବେଳେ ଦୁଇ ହଳକୁ ୨୯୪ ଟଙ୍କା, ଅଛି । କେବଳ ଡ୍ରେସ ପାଇଁ ୧୫୮୫୧ ଜଣଙ୍କ ୫୦୦ ଟଙ୍କା ହିସାବରେ ୭୯ ଲକ୍ଷ୍ୟ ୨୫ ହଜାର ୫୦୦ ହେଉଥିବା ବେଳେ କେସିଙ୍ଗା ହୋଲସେଲର ରେଟ ଚାର୍ଟ ଅନୁଯାୟୀ ଜଣେ ଛାତ୍ରଛାତ୍ରୀ ପାଇଁ ଦୁଇ ହଲ ପୋଷାକକୁ ୨୫୦ ଟଙ୍କା ହିସାବରେ ୩୯ ଲକ୍ଷ୍ୟ ୬୨ ହଜାର ୭୫୦ ଟଙ୍କା ହେଉଛି । ୩୯ ଲକ୍ଷ୍ୟ ୬୨ ହଜାର ଟଙ୍କା ବଳକା ରହୁଛି ଏହି ଟଙ୍କାକୁ ଶିକ୍ଷା ବିଭାଗ କର୍ମଚାରୀ ମିଶି ଆତ୍ମସାତ କରୁ ନାହାନ୍ତି ତ ବୋଲି ଏକ ବଡ ପ୍ରଶ୍ନବାଚି ସୃଷ୍ଟି ହେଉଛି । ଏ ନେଇ କପଡା ଯୋଗାଇ ଥିବା ତିନି ଜଣ ଏଜେନ୍ସିକୁ ଫୋନ କଲେ ଠିକା କାମରେ ଭାଗେ କାମ ହୁଏ ଭାଗେକୁ ଠିକାଦାର ଓ କର୍ମଚାରୀ ମିଶି ଖାଆନ୍ତି ଠିକ ସେହିପରି ଏହି କପଡା ବଣ୍ଟନରେ ହୋଇଛି ବୋଲି ଏକ ଉଦାହରଣ ଦେଇଥିଲେ । କପଡା ବଣ୍ଟନକୁ ନେଇ ସିଆରସିସି ବିନୋଦ ପାଣିଗ୍ରାହୀ ଓ ଥବିର ମାଝୀଙ୍କୁ ଫୋନ କଲେ ଟନାଟନ କପଡା ଦିଆ ଯାଇଛି ବୋଲି କହିଥିଲେ । ଯଦି ଟନାଟନ କପଡା ଦିଆଯାଇଛି ତାହାହେଲେ ପ୍ରତେକ ସାମ୍ବାଦିକଙ୍କୁ ଫୋନ କରି କାହିଁକି ଦେଖାଉଛନ୍ତି ଟଙ୍କା ଲୋଭ । ଏ ଉପରେ ସନ୍ଧେହ ଉପୁଜିଛି । ପୋଷାକ ବଣ୍ଟନ ଉପରେ ଉଚ୍ଚସ୍ତରୀୟ ତଦନ୍ତ କଲେ ସବୁ ତଥ୍ୟ ଜଣାପଡିବ ବୋଲି ସାଧାରଣରେ ଦାବି ହେଉଛି ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

୪୨ ମୌଜା ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟନ କଲେ ସମାଜସେବୀ 

Sunil Chandra Nayak

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ଆଭାସୀ ମାଧ୍ୟମରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୪ ପାଳିତ

masiha

ଚିଲିଗୁଡା ଇଂଲିଶ ମେଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!