ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ଠାରେ ଛାତ୍ରୀଙ୍କୁ ପୋଷାକ ବଣ୍ଟନ

ବନ୍ଧୁଗାଁ ତା ୧୨/୭/୨୩ ଆଜି ବନ୍ଧୁଗାଁ ବ୍ଲକ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ହେଲା ସ୍କୁଲ ପୋଷାକ। ଶେଷ ହେଳା ଗ୍ରୀଷ୍ମ ଛୁଟି,ଛାତ୍ରଛାତ୍ରୀ ଆସିଲେ ସ୍କୁଲ ଓ ଆଗକୁ ଆସୁଛି ଅଗଷ୍ଟ ୧୫ ସ୍ଵାଧୀନତା ଦିବସ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ତୁରୁକୁପେଟା ଠାରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲାବିଟି ମଣି ଓ ସ୍କୁଲ ପରିଚାଳନା କମିଟି ସଭାପତି ଏ ସୁରେନ୍ଦ୍ର ଙ୍କ ଦ୍ଵାରା ସ୍କୁଲ ଛାତ୍ର ଛାତ୍ରୀ ଙ୍କ ପାଇଁ କ୍ରୟ କରି ଆଣିଥିବା ପୋଷାକ ବଣ୍ଟନ କରିବାକୁ ସ୍ଥିର କରଯାଇଥିଲା। ତଦ୍ ଅନୁଯାଇ ଗତ କାଲି ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ଓ ଏ ବି ଇ ଓ ଶ୍ରୀ ମଦନ ମୋହନ ମୁଦୁଲି ଓ ସମ୍ମାନୀତ ଅତିଥି ଭାବେ ସି ଆର ସି ସି ସଞ୍ଜୟ ସିଂ, ଅଶୋକ କୁମାର ସାହୁ ଓ କେ ପ୍ରତାପ କୁମାର ଓ ସ୍କୁଲର ୪ ଜଣ ଷ୍ଟାଫ ଙ୍କ ଉପସ୍ଥିତିରେ ପ୍ରଥମ ଶ୍ରେଣୀରୁ ୮ ମ ଶ୍ରେଣୀର ୨୩୨ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ବଣ୍ଟନ କରଯାଇଥିଲା।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

9-Year-Old Boy Dies Due to Blood Denial at Odisha Blood Centre

masiha

ଆକାଂକ୍ଷା ବ୍ଳକ ଡାବୁଗାଁକୁ ପରିଦର୍ଶନରେ ଆସିଲେ ଯୁଗ୍ମ ସଚିବ ପ୍ରତିରକ୍ଷା ପ୍ରଯୋଜନା ବିଭାଗ, ଭାରତ ସରକାର

Sunil Chandra Nayak

ଲକ୍ଷ୍ମୀପୁର ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!