ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ବନାଞ୍ଚଳ ଅଧିକାରୀ ଭାବେ କାମେଶ୍ବର ଆଚାରୀ ଙ୍କ କାର୍ଯ୍ୟଭାର ଗ୍ରହଣ

କାଶୀପୁର,: ରାୟଗଡ଼ା ଜିଲ୍ଲା କାଶୀପୁରର ନୂତନ ବନାଞ୍ଚଳ ଅଧିକାରୀ ଭାବେ କାମେଶ୍ବର ଆଚାରୀ ଗତ ରବିବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ଶ୍ରୀ ଆଚାରୀ ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗା ବନାଞ୍ଚଳରେ କାର୍ଯ୍ୟରତ ଥିଲେ। ଦକ୍ଷ ବନ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ଆଚାରୀ ପୂର୍ବରୁ ଟିକିରି ବନାଞ୍ଚଳରେ କିଛି ବର୍ଷ ଧରି ବନପାଳଏବଂ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ସେହିପରି କାଶୀପୁରର ପୂର୍ବତନ ବନାଞ୍ଚଳ ଅଧିକାରୀ ସନ୍ଦୀପ ପୁଷ୍ଟି ଏସିଏଫ ଭାବେ ପଦୋନ୍ନତି ପାଇବା ପରେ .. ରାୟଗଡ଼ାକୁ ବଦଳି ହୋଇଛନ୍ତି। ନୂତନ ରେଞ୍ଜର ଶ୍ରୀ ଆଚାରୀଙ୍କୁ କାଶୀପୁର ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀଙ୍କ ସହିତ ଅନ୍ୟ କର୍ମଚାରୀଏବଂ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଫରଙ୍ଗ,ଫୁଣ୍ଡା, ଦଶପୁର, ବୋରଗୁଡାର ଚାଷୀସମାଜ ଶାସନ ମୁଖ୍ୟ ଙ୍କ ନିଷ୍ପତିକୁ ଚାତକ ଭଳି ଚାହିଁ ବସିଛନ୍ତି

Sunil Chandra Nayak

Hindalco’s Baphlimali becomes India’s first bauxite mine to secure ASI certification

Sunil Chandra Nayak

ପଞ୍ଚାୟତ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ହୋଇଯାଇଛି 

Sunil Chandra Nayak

Leave a Comment

error: Content is protected !!