ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ

ଢ଼େଙ୍କାନାଳ : ଆମ୍ ଆଦମୀ ପାର୍ଟିର ଜିଲ୍ଲା ପଦାଧିକାରୀ ମାନଙ୍କୁ ନେଇ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଓଡାପଡ଼ା ବ୍ଲକ ସିମିନଇ ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଗତଜୁଲାଇ ୫ ରେ ହୋଇଯାଇଥିବା ବିଜୁଳି ଆନ୍ଦୋଳନ ସମ୍ପର୍କରେ ଆଲୋଚନା ହୋଇଥିଲା l ଜିଲ୍ଲାର ଚାରୋଟିଯାକ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ମାନେ ନିଜ ନିର୍ବାଚନ ମଣ୍ଡଳୀ ବିଷୟରେ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିବା ବେଳେ ବ୍ଲକ ସଭାପତିମାନେ ନିଜ ନିଜ ବ୍ଲକର ସଂଗଠନକୁ ସୁଦୃଢ କରିବାପାଇଁ ପଂଚାୟତ ସ୍ତରରେ କମିଟି କରିବାପାଇଁ ପ୍ରତିଶୃତି ଦେଇଥିଲେ l ଆସନ୍ତା ଅଗଷ୍ଟ କୋଡିଏ ତାରିଖ ମଧ୍ୟରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଗରିବ ଲୋକଙ୍କ ବିଜୁଳି ଲାଇନ ବିଛିନ୍ନ ଏବଂ ଦୁଇ ଶହ ୟୁନିଟ ଦେୟ ମୁକ୍ତ ବିଜୁଳି ଦାବିରେ ଏକ ଆନ୍ଦୋଳନ ସହିତ ଜନସଭା କରିବାର ନିଷ୍ପତ୍ତି ନିଆଗଲା l ଯଦି ରାଜ୍ୟ ସରକାର ଦୁଇ ଶହ ବିଜୁଳି ଦେୟମୁକ୍ତ ନକରନ୍ତି, ତେବେ ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀ ଗୁଡିକରେ ଆନ୍ଦୋଳନ ଓ ଜନସଭା କରାଯିବ l ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନରେ ସାମିଲ ହୋଇ ନିଜ ଅଧିକାରକୁ ସାବ୍ୟସ୍ତ କରିବାପାଇଁ ଢ଼େଙ୍କାନାଳବାସୀଙ୍କୁ ଜିଲ୍ଲା ସଭାପତି ଶ୍ରୀ ନାୟକ ନିବେଦନ କରିଛନ୍ତି l ଜିଲ୍ଲା ଯୁବ ସଭାପତି ଅଶ୍ୱିନୀ ପଟ୍ଟନାୟକ ସମସ୍ତ ବ୍ଲକରୁ ଯୁବ ପିଢ଼ିଙ୍କୁ ନେଇ ଦଶ ଦିନ ମଧ୍ୟରେ ଏକ ବୈଠକ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏହି ବୈଠକରେ ଜିଲ୍ଲା କୋଷାଧକ୍ଷ ଶରତ ଗିରି, ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା ଓ ବିଭୁରଞ୍ଜନ ସାହୁ, ଜିଲ୍ଲା ଯୁଗ୍ମ ସମ୍ପାଦକ ବିଧୁରଞ୍ଜନ ନାୟକ, ଶଙ୍କର୍ଷଣ ଦଳାଇ ଓ ଚିନ୍ମୟ ସେନାପତି,ସୋସିଆଲ ମିଡ଼ିଆ ପ୍ରଭାରୀ ସୁମନ୍ତ ଗୋଛାୟତ, ବ୍ଲକ ସଭାପତି ମନୋରଞ୍ଜନ ପାଳ, ଲକ୍ଷ୍ମଣ ନାଏକ, ଶେଷଦେବ ବେହେରା, ପୌରାଞ୍ଚଳ ମହିଳା ନେତ୍ରୀ ନଳିନୀ ସାହୁ, ଯୁବ ସଂଗଠକ ଟୁନା ନାଏକ ଓ ସୁଧାକର ଭୋଇ, ସଦସ୍ୟ ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଉପସଭାପତି ବିକ୍ରମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

ଢ଼େଙ୍କାନାଳ ସଦର ରୁ ତାପସ ଦାସ ଙ୍କ ରିପୋର୍ଟ 

Related posts

ଜିଲ୍ଲାରେ ଅନୁଷ୍ଠିତ ହେବ ବିଜେପିର ନୂତନ ସଦସ୍ୟତା ଅଭିଯାନ କର୍ମଶାଳା 

masiha

ରାହୁଲ ଗାନ୍ଧୀ ଙ୍କ ସଭ୍ୟ ପଦ ରଦ୍ଦ ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ

Sunil Chandra Nayak

ରାଇରଙ୍ଗପୁରରେ ବିଜେଡିର‌ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!