ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା, ୨୪ ଘଣ୍ଟା ପରେ ଶବ ଉଦ୍ଧାର         

  ଲାଞ୍ଜିଗଡ଼,୧୩/୦୭(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଓ ନର୍ଲା ବ୍ଲକ ସୀମାନ୍ତ ଢୁଷଗୁଡାସ୍ଥିତ ରେତ୍ ନଦୀ ଡ୍ୟାମ୍ ରେ ବୁଡ଼ି ନିଖୋଜ ଥିବା କଲେଜ ଛାତ୍ରର ଶବ ଆଜି ୨୪ ଘଣ୍ଟା ପରେ ଉଦ୍ଧାର କରାଯାଇଛି ! ଶବ ଉଦ୍ଧାର ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ! ଅପରପକ୍ଷରେ ଶବ ଉଦ୍ଧାର କରିବାରେ ବିଳମ୍ବ ହେବା ଓ ନିଖୋଜ ଛାତ୍ରଙ୍କ ସାଙ୍ଗରେ ଆସିଥିବା ଛାତ୍ରଛାତ୍ରୀଙ୍କୁ ପୁଲିସ ଛାଡ଼ି ଦେଇଥିବାରୁ ଉତ୍ୟକ୍ତ ପରିବାର ଲୋକେ ଛତିକୁଡ଼ା ଛକରେ ତିନିଘଣ୍ଟା ଧରି ରାସ୍ତାରୋକ କରିଥିଲେ ! ଏଥିଯୋଗୁଁ ଭବାନୀପାଟଣାରୁ ରାୟଗଡ଼ା ଓ ମଦନପୁର ରାମପୁର ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଥିଲା ! ଏଇ ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ଦ୍ବାରା ଗତକାଲି ସନ୍ଧ୍ୟାରେ ବନ୍ଦ ଥିବା ଉଦ୍ଧାର କାର୍ଯ୍ୟ ଆଜି ପୁଣି ଆରମ୍ଭ ହୋଇଥିଲା ! ତେବେ ଗତକାଲି ସନ୍ଧ୍ୟା ହେବାରୁ ବନ୍ଦ ଥିବା ଉଦ୍ଧାର କାର୍ଯ୍ୟ ଆଜି ପୁଣି ଆରମ୍ଭ କରାଯାଇଥିବାବେଳେ ନିଖୋଜ ହେବାର ୨୪ ଘଣ୍ଟା ପରେ ଆଜି ଦିନ ୧୧.୩୦ ସମୟରେ ଛାତ୍ରଙ୍କ ମ୍ରୁତଦେହ ଉଦ୍ଧାର କରାଯାଇଥିଲା ! ଶବ ଉଦ୍ଧାର ସମୟରେ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ ! 

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ 

masiha

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ତିରିଂ ବ୍ଳକ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

masiha

ବିଷାକ୍ତ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!