ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପନୟନ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ରାହ୍ମଣ ସମାଜ ତରଫରୁ ୧୩ ଜଣ ବଟୁ ଙ୍କ ଯଜ୍ଞୋପବିତ ଧାରଣ ଓ ସଂସ୍କାର କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ ରୋୟାଲ ପେଲେସ ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ଯଜ୍ଞ ରେ ବ୍ରହ୍ମା ଭାବରେ ଶ୍ରୀମାନ ନିତ୍ୟାନନ୍ଦ ପାତ୍ର ଓ ମୁଖ୍ୟ ଆଚାର୍ଯ୍ୟ ଭାବରେ ଶ୍ରୀମାନ ପୁରୁନ୍ଦର ହୋତା ଏବଂ ଆଚାର୍ଯ୍ୟ ଙ୍କ ସହଯୋଗ ରେ ବୈଦିକ ରୀତିରେ ବ୍ରତପୋନୟନ କାର୍ଯ୍ୟ ପରିଚାଳିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଧ୍ୟକ୍ଷ ଭାବରେ ତୁଷାର ରଞ୍ଜନ ପଟ୍ଟଯୋଶୀ, ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ର ସଭାପତି ଜନାର୍ଦନ ପଣ୍ଡା, ପୂର୍ବତନ ସଭାପତି ସୁରେଶ ଚନ୍ଦ୍ର ମୁଣ୍ଡ ତଥା କଳାହାଣ୍ଡି ପ୍ରତ୍ୟେକ ବ୍ଲକ ର ସଭାପତି ,ସମ୍ପାଦକ ଓ ଭବାନୀପାଟଣା ବ୍ରାହ୍ମଣ ସମାଜ ସଭାପତି ଜଗନ୍ନାଥ ମୁଣ୍ଡ, ସମ୍ପାଦକ ଉମେଶ ଚନ୍ଦ୍ର ମୁଣ୍ଡ,କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଯାମଦା ରେ ସାନ୍ତାଳ ହୁଲ୍ କ୍ରାନ୍ତି ଦିବସରେ ସ୍ବାଧୀନତା ସଂଗ୍ରାମୀ ସିଦ୍ଧ କାହ୍ନୁଙ୍କୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗଭୀର ଶ୍ରଦ୍ଧାଞ୍ଜଳି 

ରାୟଗଡ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ,ଭl.ପ୍ର.ସେଙ୍କ ଯୋଗଦାନ

Sunil Chandra Nayak

କୋଶଲୀ ଲକ୍ଷ୍ମୀ ପୁରାଣର ପଞ୍ଚମ ସଂସ୍କରଣ ଏବଂ ଏହାର ଆଲବମ୍ ର ପୋଷ୍ଟର ରିଲିଜ୍

Sunil Chandra Nayak

Leave a Comment

error: Content is protected !!