ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଜି ଓମେନ୍ସ କଲେଜରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା/ ସ୍ଥାନୀୟ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ଅତିରିକ୍ତ ଏସପି ସୁମନ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକାରଣ ବିଭାଗ ର ଏସଇ ସଚିନ୍ଦ୍ର ଚୌଧୁରୀ, ଆରଏସ୍‌ପିର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ଆଦର୍ଶ ପାଠାଗାରର ସଭାପତି ଚନ୍ଦ୍ର ଶେଖର ଶତପଥି, କଲେଜ ର ଆସିଷ୍ଟାଣ୍ଟ ପ୍ରଫେସର ମନୋଜ କୁମାର ବେହେରା, ୱାଇଏମଏଫ ଆଇ ର ଚେୟାରମ୍ୟାନ ଇଂ ନଳିନୀ କାନ୍ତ ଧର, ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏସ.ଜି ଓମେନ୍ସ କଲେଜର ଅଧ୍ୟକ୍ଷା ପ୍ରଫେସର ପଦ୍ମଜା ପଟ୍ଟନାୟକ ଅଧ୍ୟକ୍ଷତା କରିଵା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। 

ଅତିଥିମାନେ ସଡକ ସୁରକ୍ଷା ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରି ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ଗାଡି ଚାଳନା ସମୟରେ ସମସ୍ତ ସଡକ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ବେପରୁଆ ଗାଡି ଚାଳନା ନ କରିବା ସହ ଗାଡି ଚାଳନା ଲାଇସେନ୍ସ ହାସଲ କରିବା ଦିଗରେ ଗୁରୁତ୍ୱ ଦେଇଥିଲେ। 

କାର୍ଯ୍ୟକ୍ରମକୁ କଲେଜର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ଅଧିକାରୀ ଅଧ୍ୟାପିକା ଭାରତୀ ମିର୍ଧା ସଂଯୋଜନା କରିଥିଲେ । ଆଦର୍ଶ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ବିଦ୍ୟାଧର ତ୍ରିପାଠୀ ଏହି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲେକପାତ କରି ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଚେତନତା ଜରୁରୀ ବୋଲି କହିଥିଲେ । ସଡ଼କ ସୁରକ୍ଷା ନିୟମ ମାନିବା ନେଇ ସମସ୍ତେ ଶପଥ ପାଠ କରିଥିଲେ । ଶେଷରେ ଏନ୍‌ଏସ୍‌ଏସ୍‌ ବିଭାଗର ଅନ୍ୟତମ ଅଧିକାରୀ ଅଧ୍ୟାପିକା ସୋନିଆ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଅଧ୍ୟାପିକା ଓ ଛାତ୍ରୀ ଯୋଗ ଦେଇଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ

Sunil Chandra Nayak

ନଦୀରେ ବୁଡି ମହିଳା ନିଖୋଜ ଘଟଣା, ଆଜି ମୃତଦେହ ଉଦ୍ଧାର 

masiha

ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ହୋଲି ମହୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!