ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଥୁଆମୂଳ ରାମପୁର:୧୪/୦୭ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବୈଠକ ଗୃହରେ ବିଭିନ୍ନ ବିଭାଗର ଅଧିକାରୀ ଓ ୨୪ ଗୋଟି ପଞ୍ଚାୟତ ର ସମିତି ,ସରପଞ୍ଚ ଙ୍କୁ ନେଇ ଆଜି ଯଥା ତା ୧୪/୦୭/୨୦୨୩ ରିଖ ଦିନ ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ ଙ୍କ ଅଧ୍ଯକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ମଧ୍ୟ ଆଉ କିଛି ବିଭାଗର ଅଧିକାରୀ ଅନୁପସ୍ଥିତ ରହିଥିବାବେଳେ ବିଦ୍ବ୍ଯତ ବିଭାଗ, କୃଷିବିଭାଗ, ସ୍ବାସ୍ଥ୍ୟ ବିଭାଗ, ଗ୍ରାମ୍ଯଜଳ ଓ ପରିମଳ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ। ବୈଠକରେ ଶିକ୍ଷା ବିଭାଗରେ ଛାତ୍ରଛାତ୍ରୀ ମାନଙ୍କୁ ଯେଉଁ ପୋଷାକ ବଣ୍ଟନ କରାଯାଉଛି ତାହା ଅତି ନିମ୍ନମାନର ପୋଷାକ ଯାହାକି ବିଇଓ, ସିଆର ସିସି ମାନଙ୍କର ହାତ ରହୁଛି ଏହାଦ୍ବାରା ନିମ୍ନମାନର ପୋଷାକ ଯୋଗାଇ ଦିଆଯାଉଛି ବୋଲି ସମିତି ସଭ୍ଯ ସଭ୍ଯା ମାନେ ଅଭିଯୋଗ କରିଥିବା ଜଣାପଡିଥିଲା।ସେହିପରି ମନରେଗା କର୍ମନିଯୁକ୍ତି ଯୋଜନରେ କୋଟି କୋଟି ଟଙ୍କା ବ୍ଯୟ କରାଯାଉଥିଲେ ସୁଦ୍ଧା ସେଅନୁସାରେ ସଫଳ ରୂପାୟନ ହୋଇପାରୁ ନାହିଁ ଯାହାଦ୍ୱାରା ଦିନକୁ ଦିନ ଦାଦନ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ସମସ୍ତ ସମିତି ସଭ୍ଯ ସଭ୍ଯା ମାନେ ଏପିଓ, ଜିଆରଏସଙ୍କ ଉପରେ ଅସନ୍ତୋଷ ବ୍ଯକ୍ତ କରିଥିଲେ। ଏହାଛଡା ବ୍ଳକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ଚାଲିଛି ସେଥିରେ ବିଭାଗୀୟ କର୍ମଚାରୀ ଅଧିକା ପିସି କାରବାର ଘଟଣା ଉପରେ ମଧ୍ୟ ବୈଠକରେ ସଭ୍ଯ ସଭ୍ଯା ପ୍ରଶ୍ନ ଉଠାଇ ଥିଲେ। ବୈଠକରେ ଯେଉଁ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିଛନ୍ତି ସେମାନେ ଯେମିତି ପରବର୍ତ୍ତୀ ସମିତି ବୈଠକରେ ନିହାତି ଭାବରେ ଉପସ୍ଥିତ ରହିବାକୁ ଚେଷ୍ଟା କରିବେ ବୋଲି ନିଷ୍ପତ୍ତି ନିଆଗଲା। ଯଦି ଆଗାମୀ ସମିତି ବୈଠକରେ ଯେଉଁ ଅଧିକାରୀ ଅନୁପସ୍ଥିତ ରହିବେ ତାହେଲେ ତାଙ୍କୁ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ପ୍ରସ୍ତାବ ଆଗତ କରାଯାଇଥିଲା। ବୈଠକରେ ବିଡ଼ିଓ ଶୁଭକାନ୍ତ ନାୟକ ସାଂସଦ ବ୍ଳକ ପ୍ରତିନିଧି ବିଷ୍ଣୁ ନାଏକ, ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ ବ୍ଳକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଜିପିଓ ଜ୍ଞାନରଞ୍ଜନ ଭୋଇ ବୈଠକ କୁ ସହଯୋଗ ଓ ପରିଚାଳନା କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

 

Related posts

ଡାବୁଗାଁ ବନବିଭାଗ ଦ୍ଵାରା ୭୭ ତମ ବନ ମହୋତ୍ସବ ସପ୍ତାହ -୨୦୨୬ ପାଳନ ଅବସରରେ ସିକିଲି ସଂରକ୍ଷିତ ଜଙ୍ଗଲରେ ଆଜି ଚାରା ରୋପଣ କାର୍ଯ୍ୟକ୍ରମ 

ରାଜ୍ୟର ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ଆର୍ଥିକ ସହାୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

Sunil Chandra Nayak

ପ୍ରତିଭା ଅନ୍ବେଷଣ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!