ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣ ଜଣେ ମୃତ ଜଣେ ଗୁରୁତର

ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ବିରୁନ ପଦର ଗାଁ ରେ ଭାଲୁ ଆକ୍ରମଣ ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥା ରେ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛି।ମୃତକ ଜଣକ ଘନଶ୍ୟାମ ପଟେଲ (୭୦) ଓ ଗୁରୁତର ଜଣକ ଚୈତନ୍ୟ ପଟେଲ। ଆଜି ସକାଳୁ ଗାଁ ନିକଟସ୍ଥ ପୋଖରୀ କୁ ଜଙ୍ଗଲ ରାସ୍ତା ଦେଇ ଦୁହେଁ ସ୍ନାନ ପାଇଁ ଯାଇଥିବା ବେଳେ ଜଙ୍ଗଲ ରୁ ଦୁଇ ରୁ ତିନି ଟି ଭାଲୁ ଆସି ବାପ ପୁଅ ଙ୍କୁ ଆକ୍ରମଣ କରିଥିଲା। ଘନଶ୍ୟାମ ପଟେଲ ମୃତ୍ୟ ବରଣ କରିଥିବା ବେଳେ ଚୈତନ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛି। ଘଟଣା ସ୍ଥଳ ରେ ବନବିଭାଗ ଟିମ୍ ପହଞ୍ଚି ତଦନ୍ତ କରୁଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

କୋଣାର୍କ ଉତ୍ସବରେ ଓମ ପ୍ରକାଶ ସାହୁଙ୍କ ବାଲୁକା କଳା

masiha

ଖଇରା ଉପ-ନିବନ୍ଧକ ଓ ତହସିଲ କାର୍ଯ୍ଯାଳୟରେ ଅଦ୍ଭୁତ ଘଟଣା, କବଲା ମିଥ୍ୟା ହେଲେ ଜମି ବିକ୍ରି ପାଇଁ ମସୁଧା

masiha

Leave a Comment

error: Content is protected !!