ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣି ଶୌଣ୍ଢିକ ସାଂସ୍କୃତିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ଜିଲ୍ଲା କମିଟିର ଏକ ସାଧାରଣ ବୈଠକ

ଆଇନଜୀବୀ ଥବିର ପ୍ରସାଦ ସାହୁ ସଭାପତି ଓ ଗୋପାଳ ସାହୁ ସଂପାଦକ ନିର୍ବାଚିତ

ଜୁନାଗଡ଼ ସହିଦ୍ ରେଣ୍ଡୋ ମାଝୀ ସଂସ୍କୃତି ଭବନ ଠାରେ ଦକ୍ଷିଣି ଶୌଣ୍ଢିକ ସାଂସ୍କୃତିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ଜିଲ୍ଲା କମିଟିର ଏକ ସାଧାରଣ ବୈଠକ ସଭାପତି ସତ୍ୟ ନାରାୟଣ ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଥବିର ପ୍ରସାଦ ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଗୋପାଳ ସାହୁ ସାଧାରଣ ସମ୍ପାଦକ, ତୁଳସୀ ରାମ ସାହୁ, ଅନିରୁଦ୍ଧ ସାହୁ, ରାଜେନ୍ଦ୍ର କୁମାର ସାହୁ ଉପସଭାପତି, ନୀଳମଣି ସାହୁ ସହ ସମ୍ପାଦକ ଓ ଶେଷଦେବ ସାହୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ଲଡୁଗାଁ ଠାରେ ଅନୁଷ୍ଠିତ ପଞ୍ଚମ ମହାସଭାରେ ଉକ୍ତ କର୍ମକର୍ତ୍ତା ମାନଙ୍କୁ ବିଧିବଦ୍ଧ ଭାବେ ଚୟନ କରାଯାଇଥିଲା। ଆଜି ଅନୁଷ୍ଠିତ ବୈଠକରେ ନୂତନ ଜିଲ୍ଲା କମିଟି କୁ ଦୃଢ଼ିକରଣ କରାଯାଇ ଓ ଶପଥ ପାଠ କରାଯାଇଥିଲା।

ଏହି ବୈଠକରେ ଜୁନାଗଡ଼ ଧର୍ମଗଡ ଆଞ୍ଚଳିକ ବ୍ଲକ କମିଟିର ସଭାପତି ବିଦ୍ୟାଧର ସାହୁ,ସଂପାଦକ ମନୋଜ କୁମାର ସାହୁ, ସହ ସମ୍ପାଦକ ଲକ୍ଷପତି ସେନାପତି,ଟିଟଲାଗଡ ବ୍ଲକ ସଭାପତି ପ୍ରଦୀପ କୁମାର ସାହୁ, ସଂପାଦକ ଦିଗାମ୍ବର ବେହେରା, ନର୍ଲା ବ୍ଲକ ସଭାପତି କୁବେର ଚନ୍ଦ୍ର ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ନୀଳାମ୍ବର ବେହେରା, ସଂପାଦକ ରାଜେନ୍ଦ୍ର ବେହେରା, ମଦନ ପୁର ରାମପୁର ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସଂପାଦକ ଚନ୍ଦ୍ରମଣି ପରିଡ଼ା,ଭବାନୀପାଟଣା ବ୍ଲକ ସଭାପତି କୁଳମଣି ସାହୁ, ସଂପାଦକ ମକରଧ୍ଵଜ ସାହୁ, କୋକସରା ବ୍ଲକ ସଭାପତି ଅଖିଳ ସାହୁ, ସଂପାଦକ ହେମନ୍ତ ସାହୁ, କଲମପୁର ବ୍ଲକ ସଭାପତି ଗଣେଶ ସାହୁ, ସଂପାଦକ ଟୁନା ସାହୁ, ଜୟ ପାଟଣା ବ୍ଲକ ସଭାପତି ନରେନ୍ଦ୍ର ସାହୁ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ରାଜାରାମ ବେହେରା, ସଂପାଦକ ଘାସିରାମ ବେହେରା, କେସିଙ୍ଗା ବ୍ଲକ ଉପସଭାପତି କୁଷଚନ୍ଦ୍ର ସାହୁ, ସହ ସଂପାଦକ ମିତ୍ରସେନ ସାହୁ, ଗୋଲାମୁଣ୍ଡା ବ୍ଲକ ସଭାପତି ରମେଶ ଚନ୍ଦ୍ର ସାହୁ, ସଂପାଦକ ଦୂର୍ବାଦଳ ସାହୁ ସମେତ ସମାଜର ବରିଷ୍ଠ କର୍ମକର୍ତ୍ତା ବାସୁଦେବ ସାହୁ, ହେମନ୍ତ କୁମାର ସାହୁ, ଅଭିରାମ ସାହୁ, କିଶୋର ଚନ୍ଦ୍ର ସାହୁ, ଭୁବନେଶ୍ୱର ସାହୁ ତଥା ପଞ୍ଚମ ମହାସଭାର ସଭାପତି ବ୍ୟୋମକେଶ ସାହୁ ଓ ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, କୈଳାସ ଚୌଧୁରୀ, ସୁବୋଧ ସାହୁ ଅଶୋକ କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ, ଗୁପ୍ତେଶ୍ୱର ସାହୁ, ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କାମାକ୍ଷା -ଢେଙ୍କାନାଳ ପୂର୍ତ୍ତ ବିଭାଗ ମୁକୁଳା ନାଳ ସାଜିଛି ମରଣ ଯନ୍ତା

Sunil Chandra Nayak

କଳାକାର ଧର୍ମ ରଣା ଙ୍କ ପରଲୋକ

Sunil Chandra Nayak

ଜାତୀୟ ସେବା ଯୋଜନାରେ ଏନ ଏସ ଏସ ପକ୍ଷରୁ ଶୀତ କାଳୀନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!