ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଯାତ୍ରା ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ

ବଙ୍କେଲ ଗାଁ ସ୍ଥିତ ଆଦିବାସୀ କନ୍ଧ ମାନଙ୍କ ଇଷ୍ଟ ଦେବୀ ଧରଣୀପୀଠ ର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ରୁ ନିର୍ମାଣ କରାଯାଇଥିଲା l ନିର୍ମାଣ କାର୍ଯ୍ୟ ପରେ ଧରଣୀ ପୀଠ ର ପ୍ରତିଷ୍ଠା ପାଇଁ ଯାତ୍ରା କରାଯାଇଥିଲା l ଉକ୍ତ ଉତ୍ସବ କୁ ଫିତା କାଟି ଶୁଭ ଉଦଘାଟନ କରିଥିଲେ ସାଂସଦ ଶ୍ରୀ ବିଶି l ଆଦିବାସୀ ପରମ୍ପରା ଆଧାର ରେ ଦେବୀ ପୀଠ ର ଯାନୀ,ଝାଙ୍କର, ଏବଂ ଦେହେରୀ ପୂଜାବିଧି କାର୍ଯ୍ୟ କରିଥିଲେ l ଦେହେରୀ ଦେହରେ ଦେବୀ ସବାର ହୋଇ ଆଦିବାସୀ ଏବଂ ଗ୍ରାମବାସୀ ଙ୍କ ମଙ୍ଗଳ ପାଇଁ ମା ଜାଡେନ ସୁଭାଶିର୍ବାଦ ପ୍ରଦାନ କରିଥିଲେ l ଉକ୍ତ ଯାତ୍ରା ରେ ମୁରିବାହାଲ ବ୍ଲକ ଚେୟାରମ୍ୟାନ ହରି ବନ୍ଧୁ ମେହେର, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ନୂଆପଡା ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝି, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ର ଉପ ସଭାପତି ବିସିକେଶନ ଯାନୀ, ମୁରିବାହାଲ କାର୍ଯ୍ୟକାରୀ ସଭାପତି ରାଜୀବ କୁଅଁର,ପାର୍ଥ ପ୍ରଧାନୀ, ତପନ ପ୍ରଧାନୀ, ପତ୍ରଙ୍ଗି ମାଝି,ସଂକୀର୍ତ୍ତନ ଶିକା, ସାଂସଦ ପ୍ରତିନିଧି ଶ୍ରୀ ଦାଶ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

masiha

ଡ୍ରିମ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲ୍‌ରେ ସାଇପ୍ରିୟା ୱାକର୍ କ୍ଲବ୍‌ର ଡିବେଟ୍ ପ୍ରତିଯୋଗିତା

Sunil Chandra Nayak

ଟ୍ରାକ୍ଟର ଧକ୍କାରେ ଦାଦା ମୃତ ପୁତୁରା ଗୁରୁତର ଆହତ

Sunil Chandra Nayak

Leave a Comment

error: Content is protected !!