ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରମ୍ବାର ଖବର ପ୍ରସାରଣ ପରେ ବି ସୁଧୁରିଲା ନାହିଁ ଆଳଦା-ତୋରାଣିପଦ ରାସ୍ତାର ଅବସ୍ଥା, କୁଆଡ଼େ ନେତା ଓ ପ୍ରଶାସନ ?

ବାଲେଶ୍ଵର, ୧୬/୭/୨୩- ସରକାର ରାସ୍ତା ସମ୍ପ୍ରସାରଣ ଓ ମରାମତି ବାଵଦରେ ବାର୍ଷିକ କୋଟି କୋଟି ଟଙ୍କା ବ୍ଯୟ ବରାଦ କରୁଛନ୍ତି, ହେଲେ ସୁଧୁରୁ ନାହିଁ ରାସ୍ତାର ଅବସ୍ଥା । ସାମାନ୍ୟ ବର୍ଷାରେ ରାସ୍ତା ହେଉଛି ଜଳମଗ୍ନ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଆଳଦା-ତୋରାଣିପଦା ରାସ୍ତାରେ । ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ନେତା ଓ ପ୍ରଶାସନ କରୁ ନାହାନ୍ତି କର୍ଣ୍ଣପାତ । ଏହି ରାସ୍ତା ଉପରେ ନିର୍ଭର କରନ୍ତି ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀ । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ଯାତାୟାତ ରାସ୍ତା ହୋଇଥିଲେ ମଧ୍ୟ ସୁଧୁରୁ ନାହିଁ ଅବସ୍ଥା । ଏହି ରାସ୍ତାରେ ଡୁଙ୍ଗୁରା ଗଲେ ପଳସା ମଣ୍ଡି ପଡିଥାଏ । ମଣ୍ଡି ନିର୍ମାଣ ଵେଳେ ରାସ୍ତା ଚଉଡା(୪୦ଫୁଟ) ହେବ ବୋଲି ଜନସାଧାରଣଙ୍କୁ ପ୍ରତିଶ୍ରୁତି ମିଳିଥିବା ଶୁଣିବାକୁ ମିଳିଛି, ହେଲେ ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଣିରଗାର ହୋଇ ରହିଯାଇଛି । ନା ହେଲା ଚଉଡା ନା ହେଲା ମରାମତି । କୁଆଡେ ଗଲେ ନେତା ଓ ପ୍ରଶାସନ ? କାହିଁକି ସୁଧୁରୁ ନାହିଁ ରାସ୍ତାର ଅବସ୍ଥା ? । ଯଦି ରାସ୍ତାର ସୁଧାର ନ ଆସେ ଆଗାମୀ ଦିନରେ ରାସ୍ତା ରୋକ ଭଳି ଯେଉଁ ସମସ୍ୟା ଉପୁଜିବ ସେଥିପାଇଁ ନେତା ଓ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି । ଏଥି ସହିତ ଆଗାମୀ ସାଧାରଣ ନିର୍ବାଚନରେ ଶାସକ ଦଳକୁ ମହଙ୍ଗା ପଡିବ ଵୋଲି ବୁଦ୍ଧିଜୀବୀ ଏବଂ ବିଭିନ୍ନ ସାମାଜିକ ସମାଜସେବା ଅନୁଷ୍ଠାନ ଚେତାବନୀ ଦେଇଛନ୍ତି । ଦେଖିବାକୁ ବାକି ରହିଲା ନେତା ଓ ପ୍ରଶାସନର ନିଦ ଭାଙ୍ଗୁଛି କେଵେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

KORAPUT COLLECTOR RECEIVES PRESTIGIOUS AWARD

masiha

ଡବ୍ଲ୍ୟୁଓଡିସି ସିଇଓଙ୍କ କୋକସରା ବ୍ଲକ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

Sunil Chandra Nayak

ପୁଣି ଶ୍ରମିକଙ୍କ ମଧ୍ୟରେ ନିର୍ଯାତନାର ଭୟ ଓ ତୀବ୍ର ଅସନ୍ତୋଷ 

masiha

Leave a Comment

error: Content is protected !!