ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନକଲି ସୁନା ଶଙ୍ଖ କାରବାର ରେ ଦୁଇ ଜଣଙ୍କୁ କାବୁ କଲା ଉମରକୋଟ ପୋଲିସ ,୨୬୮୦୦୦ନଗଦ ଟଙ୍କା ଜବତ

ନବରଙ୍ଗପୁର ୧୫/୦୭/୨୩ // ନକଲି ସୁନା ଶଙ୍ଖ କାରବାର ରେ ଦୁଇ ଜଣଙ୍କୁ କାବୁ କଲା ଉମରକୋଟ ପୋଲିସ।ତାମିଲନାଡୁ ର ଜଣେ ବ୍ୟକ୍ତି ଙ୍କ ଠାରୁ ଆଠ ଲକ୍ଷ ଟଙ୍କାରେ କଥାବାର୍ତ୍ତା ହୋଇଥିଲା।ଉକ୍ତ ଘଟଣାକୁ ମିଶାଇ ପଞ୍ଚମ ଥର ଏହିଭଳି ଘଟଣା ଘଟିଲାଣି ତଥାପି ଲୋକେ ଲୋଭର ବଶବର୍ତ୍ତୀ ହୋଇ ଏହି ଭଳି ଠକାମୀର ଶିକାର ହେଉଛନ୍ତି।ନକଲି ସୁନାଶଙ୍ଖ ବିକ୍ରୀ କରି ୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଉମରକୋଟ ପୋଲିସ ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ ତାମିଲନାଡୁ ରାଜ୍ୟର କୁଡାଲୁର ଜିଲାର ସମ୍ମାତୀକୁପାମ ଗ୍ରାମର ଏ.ମାଣିଗନ୍ଦନ (୪୦) ବର୍ଷ ବୟସ ଗତ ୨/୪/୨୩ ତାରିଖ ଦିନ ଶ୍ରମିକଙ୍କୁ ଖୋଜିକି ନେବାପାଇଁ ଉମରକୋଟ ଆସିଥିଲେ। ଏହି ସମୟରେ ଉମରକୋଟ ଥାନା ଅନ୍ତର୍ଗତ କାନାକୋଟ ଗ୍ରାମର ସୁରେନ୍ଦ୍ର ହରିଜନ (୨୭)ଓ ଡାବୁଗାଁ ଥାନା ଅନ୍ତର୍ଗତ କଇଗାଁ ଗ୍ରାମର ବଳରାମ ପନକା (୨୪) ବର୍ଷ ଙ୍କ ସହ ସାକ୍ଷାତ ହୋଇଥିଲା।ଏହି ସମୟରେ ଏହି ୨ ଜଣ ମାଣିଗନ୍ଦନଙ୍କୁ ଏକ ସୁନା ଶଙ୍ଖ ଦେଖାଇ ଥିଲେ। ୨ ଅଭିଯୁକ୍ତ ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା କହିଥିଲେ କିନ୍ତୁ ୮ ଲକ୍ଷ ଟଙ୍କା ରେ ସହମତି ହୋଇଥିଲା। ମାଣିଗନ୍ଦନ ସାଙ୍ଗେ ସାଙ୍ଗେ ବଳରାମ ପନକାର ମୋବାଇଲ ନମ୍ବର ୯୩୪୮୧୮୦୩୧ ରେ ୩୦ ହଜାର ଟଙ୍କା ଗୁଗଲପେ କରିଥିଲେ ଓ ନଗଦ ୭.୭୦.୦୦୦ ଦେଇଥିଲେ।ମାଣିଗନ୍ଦନ ସୁନା ଶଙ୍ଖ କୁ ଧରି ତାମିଲନାଡୁ ଯାଇ ସେଠାରେ ସୁନାରି ନିକଟରେ ଏହି ଶଙ୍ଖକୁ ଦେଖାଇଥିଲେ। ସୁନାରି ଯେତେବେଳେ ଦେଖିଲା ଏହା ସୁନା ନୁହେଁ ପିତଳ ବୋଲି କହିଲା ମାଣୀଗନ୍ଦନଙ୍କର ହୋସ ଉଡ଼ିଯାଇଥିଲା। ୧୧ ତାରିଖ ଦିନ ମାଣିଗନ୍ଦନ ଉମରକୋଟ ଆସି ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା ଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ। ସଂଗେ ସଂଗେ ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା ଏକ ଟିମ୍ ଗଠନ କରି ନିଜେ ନେତୃତ୍ବ ନେଇ ଟିମ ରେ ସବଇନ୍ସପେକ୍ଟର ସନ୍ତୋଷ କୁମାର ମାଝୀ ଓ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ସାଇବର ସେଲ ର ସହାୟତା ନେଇ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର କୁ ଟ୍ରାକ କରି ସୁରେନ୍ଦ୍ର ହରିଜନ ଓ ବଳରାମ କୁ ସେମାନଙ୍କ ଗାଁ ରୁ ଗିରଫ କରିଛି। ଏହି ଦୁଇ ଅଭିଯୁକ୍ତଙ୍କ ଠାରୁ ନଗଦ ୨,୬୮,୦୦୦ ଟଙ୍କା ଓ ୪ କେଜି ୧୭୦ ଗ୍ରାମର ନକଲି ଶଙ୍ଖ ଜବତ କରିଛି ଉମରକୋଟ ପୋଲିସ। ତେବେ ଏହି ଘଟଣାରେ ଆହୁରି କିଛି ଯୁବକଙ୍କର ସମ୍ପୃକ୍ତି ରହିଛି ତାହାର ତଦନ୍ତ କରି ଶିଘ୍ର ଗିରଫ କରାଯିବ ବୋଲି ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା ସୂଚନା ଦେଇଛନ୍ତି। ଉକ୍ତ ଘଟଣାକୁ ମିଶାଇ ନବରଙ୍ଗପୁର ଜିଲାରେ ଏପରି ନକଲି ସୁନା ଶଙ୍ଖ ବିକ୍ରି ଘଟଣା ପଞ୍ଚମ ଥର ଘଟିଲାଣି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗଞ୍ଜେଇ ଚାଲାଣ ଉପରେ ଇଆଇ ଆଣ୍ଡ ଇବିର ବଡ଼ ଚଢ଼ାଉ; ୧୦୬ କେଜି ଗଞ୍ଜେଇ ଜବତ  ବୋଲେରୋ ନିଓ, ପଲସର ସହ ୬ ମୋବାଇଲ ଜବତ; ନୟାଗଡ଼ର ୩ ଗିରଫ, ମାଷ୍ଟରମାଇଣ୍ଡ ଫେରାର 

Sunil Chandra Nayak

ଦୁଷ୍କର୍ମ କାରି ଜେଲ ଗଲେ 

Sunil Chandra Nayak

ଵହଳଦା ଥାନା ! ଶଶୂର ଘରକୁ ଆସି ଜ୍ବାଇଁର ଆତ୍ମହତ୍ୟା ସନ୍ଦେହ 

Leave a Comment

error: Content is protected !!