ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ଥାନା ! ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ନେଇ ବରର ସଂପର୍କୀୟ ମାମୁଁର ମୃତ୍ୟୁ 

ମୟୂରଭଞ୍ଜ – ୧୬/୭ ( ମସିହା)ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଡୋଭା ଗ୍ରାମର ଜନୈକ ଯୁବକ ତିରିଂ ଥାନା ଅନ୍ତର୍ଗତ ବଡନାରାୟଣିପୁର ପଞ୍ଚାୟତର ନାରଗି ଵସ୍ତିକୁ ଶନିବାର ଦିନ ରାତିରେ ବାହାଘରକୁ ଯାଇଥିଲେ । ବରଯାତ୍ରୀ ଗାଁ ମଝିରେ ଯାଉଥିବା ସମୟରେ ରାତି ୧୦ ଟା ପାଖାପାଖି ସମୟରେ ବାହାଘରକୁ ଯାଇଥିବା ଵରର ସଂପର୍କୀୟ ମାମୁଁ ବାଲିଆ ହେମ୍ବ୍ରମ (୪୦) ସହ ବରଯାତ୍ରୀ ଲାଙ୍ଗୁରା ହାଁସଦା ଙ୍କ ଗଣ୍ଡଗୋଳ ଓ ମାରପିଟ୍ ହେବା ଫଳରେ ଘଟଣାସ୍ଥଳରେ ବାଲିଆ ର ମୃତ୍ୟୁ ହୋଇଥିଲା ।ତିରିଂ ଥାନାଧିକାରୀ ଭାସ୍କର ପ୍ରଧାନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ ପଠାଇଥିଲେ । ଉଭୟଙ୍କ ଘର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପାତେପାଣି ଗ୍ରାମ । ମୃତକ ପରିବାର ଲୋକଙ୍କ ଲିଖିତ ଅଭିଯୋଗ କ୍ରମେ ରବିବାର ଦିନ ପୋଲିସ ହତ୍ୟା ମାମଲା କେଶ ନମ୍ବର ୯୪/୨୩ ରୁଜୁ କରିବାସହ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ତଦସହ ଆସାମୀ ଲାଙ୍ଗୁରା ହାଁସଦା ଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ହଷ୍ଟେଲ ପଙ୍ଖାରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ 

Sunil Chandra Nayak

ପତ୍ନୀହନ୍ତା କୁ ଆଜୀବନ କାରାଦଣ୍ଡ  ୧୦ ହଜାର ଟଙ୍କା ଜରିମାନା 

masiha

ବେଙ୍ଗି ପିତ୍ତଳରେ ତିଆରି ଶଙ୍ଖକୁ ସୁନା ଶଙ୍ଖ ବୋଲି ଠକି ବିକ୍ରି କରି ଧରାପଡିଲେ ଦୁଇ ଆସାମୀ ଜେଲ ଗଲେ 

Sunil Chandra Nayak

Leave a Comment

error: Content is protected !!