ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ପରିବେଶ ସଚେତନତା ଶିବିର

ରାଉରକେଲା/ ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ଓ ଜମୁନାନାକୀ ସ୍ଥିତ ସାଇଭେଲି ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀ ର ମିଳିତ ଆନୁକୂଲ୍ୟରେ ଏକ ପରିବେଶ ସଂପର୍କୀତ ସଚେତନତା ଶିବିର ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ଗଣେଶ୍ବର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ଶୁଭେନ୍ଦୁ ପଣ୍ଡା ମୁଖ୍ୟଅତିଥି ଓ ପରିବେଶବିତ୍ ସୁଶ୍ରୀ ସସ୍ମିତା ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପରିବେଶ ସୁରକ୍ଷା ସଂପର୍କରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ପରିବେଶ ସୁରକ୍ଷିତ ରହିଲେ ଜୀବଜଗତ ସୁରକ୍ଷା ହୋଇ ପାରିବ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀଙ୍କ ସମେତ ରୋଟାରୀଆନ ସର୍ବଶ୍ରୀ ପ୍ରଶାନ୍ତ ରଂଜନ ପାତ୍ର, ବି କେ ତନ୍ତୀ,ଅନିତା ନାୟକ, ସଂପାଦକ ଡଃ ସଂଯୁକ୍ତା ପତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଭାପତି ରୋଟାରୀଆନ ଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଲକ୍ଷ୍ମୀ ବେଉରା ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସଂପାଦକ ରୋଟାରୀଆନ ଡଃ ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଅତିଥି ଡଃ ପଣ୍ଡା ଓ ମୁଖ୍ୟବକ୍ତା ସୁଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବହୁ ସଂଖ୍ୟାରେ ବିବିଏ,ବିସିଏ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ପ୍ରଫେସର ରୀୟା ମୁଖାର୍ଜୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୁଚେଇବୁଢୀ ଗ୍ରାମରେ ଲକ୍ଷ୍ମୀ ମନ୍ଦିର ପରିସରରେ ଲକ୍ଷ୍ମୀ ନାରାୟଣ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

masiha

ବ୍ଲକ ଟପ୍ପରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବ ମୋ ଅନୁଷ୍ଠାନ

masiha

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଦ୍ଵାରା କାରଗିଲ ବିଜୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!