ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳୀକୃଷ୍ଣ ସଂଘ ପକ୍ଷରୁ ସତ୍ୟାନନ୍ଦ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସତ୍ୟାନନ୍ଦ ସରସ୍ୱତୀଙ୍କ ୮୧ତମ ଧରାଅବତରଣ ଦିବସ ଜୁଲାଇ ୨୦ତାରିଖକୁ ଚଳିତ ବର୍ଷ କାଳୀକୃଷ୍ଣ ସଂଘ ପାଞ୍ଚଦିନ ବ୍ୟାପୀ ପାଳନ ଅବସରରେ ବିଭିନ୍ନ ପ୍ରକାର ସାମାଜିକ ସେବା ଅନୁଷ୍ଠିତ ହେଉଅଛି।ସ୍ଥାନୀୟ ଓଡିଶା ରକ୍ତ କେନ୍ଦ୍ର, ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର କାଳୀକୃଷ୍ଣ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ରକ୍ତଦାନ ଶିବିରକୁ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ହୃଷିକେଶ ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ଧର୍ମଗଡ ଚେମ୍ବର୍ ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁ,ଏନଏସି ଉପାଧ୍ୟକ୍ଷା ମନିଷା ମୁଣ୍ଡ ମିଶ୍ର, ସମାଜସେବୀ ବିବେକ ମିଶ୍ର, କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡା,ଡ.ଅଶ୍ବିନୀ କୁମାର କର,ବିପିଓ ଓଡିଶା ରକ୍ତ କେନ୍ଦ୍ର ଧର୍ମଗଡ,ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।କାଳୀକୃଷ୍ଣ ସଂଘର ଶିଷ୍ୟଶିଷ୍ୟା,କାଳୀକୃଷ୍ଣ ବାହିନୀ,ପ୍ରଜ୍ଞାବାହନୀ ଓ ଶୁଭେଚ୍ଛୁମାନେ ରକ୍ତଦାନ କରିଥିଲେ।ରକ୍ତଦାନ ଶିବିରରେ ସଂଘର ସଭାପତି ସଂଜୟ କୁମାର ପଣ୍ଡା,କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରିୟାନନ୍ଦ, ସଂପାଦକ ମୋହନ ଚରଣ ବିଷି, କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଖମାରୀ,ସହ ସଂପାଦକ ନବୀନ ମେହେର,କୈଳାସ ନାଏକ ଉପସ୍ଥିତ ଥିଲେ। ପ୍ରଦ୍ୟୁମ୍ନ ପଣ୍ଡା, ନାରାୟଣ ସାହୁ,ବିବେକ ସାହୁ,ଧନରାଜ ସାହୁ,ବସନ୍ତ ସାହୁ,ତୀର୍ଥ ସାହୁ,ଗାୟତ୍ରୀ ଖମାରୀ, ସୁଦେଷ୍ଣା ମେହେର,ଶ୍ରଦ୍ଧାଞ୍ଜଳି ସାହୁ,କିଷ୍ଣା ମେହେର,ସୌଦାମିନୀ ସାହୁ,ବନିତା ପଟେଲ, ଜାନକୀ ରାୟଗୁରୁ ତଥା ଓଡିଶା ରକ୍ତକେନ୍ଦ୍ର ଧର୍ମଗଡର ରାକେଶ ସିଂ,ଭରତ କାଣ୍ଡ,ଡମ୍ବରୁ ଧର ମେହେର ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଶିବିରରେ ୬୦ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଢେଙ୍କାନାଳ ଦିଲ୍ଲୀ ପୁବ୍ଲିକ୍ ସ୍କୁଲ୍ ରେ ଗଣିତ ଅଲିମ୍ପିୟାଡ୍ ଓ ସ୍ମରଣ ଶକ୍ତି ବୃଦ୍ଧି କୌଶଳ ପ୍ରଶିକ୍ଷଣ କର୍ମଶାଳା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ରାବଣ ଦହନ ଓ ବିଜୟାଦଶମୀ ସେକ୍ଟର-୧୩ ମେଳନ ପଡ଼ିଆରେ : ଶ୍ରୀ ଦଶହରା ପୂଜା ସମିତି ପକ୍ଷରୁ ସୂଚନା ରାବଣ ଦହନ ସହିତ ଆତସବାଜି ଏବଂ ଡିଜିଟାଲ ଆଲୋକ ହେବ ଆକର୍ଷଣର କେନ୍ଦ୍ରବିନ୍ଦୁ

Sunil Chandra Nayak

ପ୍ରାଧନାଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

Sunil Chandra Nayak

Leave a Comment

error: Content is protected !!