ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିଶପ୍ତ ଇନ୍ଦ୍ରାବତୀ : ସବୁ ଅଛି କିନ୍ତୁ କିଛିବି ଠିକ ନାହିଁ , ଖତ ଖାଉଛି ମେସିନ ଓ ବିସ୍ତୀର୍ଣ୍ଣ ଭୂମି ଅନାବଶ୍ୟକ ହୋଇ ପଡିଛି

ତେନ୍ତୁଳିଖୁଣ୍ଟି ୧୯/୦୭/୨୩-ଇଂଜିନିୟରିଂ କ୍ୟାଡ଼ର ପୁନର୍ଗଠନ କଣ ହେଲା ଯେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା କୁ ଶ୍ରୀ ହୀନ କରିଦେଲା। ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ସମେତ ଗୁଣ ମିୟନ୍ତ୍ରଣ କାର୍ଯ୍ୟାଳୟ ଇନ୍ଦ୍ରାବତୀ (ଖାତିଗୁଡା)ରୁ ଉଠିଗଲା। କ୍ୟାଡ଼ର ପୁନର୍ଗଠନ ରେ ଉଠିଯିବା ଟା ଯେଉଁ ଗତିରେ କାର୍ଯ୍ୟକାରୀ ହେଲା ବା କରିଲେ ସେହି ଗତି ରେ ଉକ୍ତ ପୁନର୍ଗଠନ ଆଧାର ରେ ନୂତନ କାର୍ଯ୍ୟାଳୟ ଖୋଲାଯାଇନି। ମୁଖ୍ୟଯନ୍ତ୍ରୀ ଗୁଣ ନିୟନ୍ତ୍ରଣ ଭୁବନେଶ୍ୱର ଙ୍କ ଅଧିନ ରେ ଥିବାଅଧିକ୍ଷଣ ଯନ୍ତ୍ରୀ ଜୟପୁର ରହିବ । ଅଧିକ୍ଷଣ ଯନ୍ତ୍ରୀ ଜୟପୁର ଅଧୀନ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ରାୟଗଡା ଓ ନବରଙ୍ଗପୁର ତଥା ମାଲକାନଗିରି ରେ ଡିଭିଜନ ଅଫିସ ରହିବ।ତାହା ଦୁଇ ବର୍ଷ ପରେ ବି କାର୍ଯ୍ୟକାରୀ ହୋଇନି। ନବରଙ୍ଗପୁର ଡିଭିଜନ ଅଫିସ ଖାତିଗୁଡା ରେ ଥିବା ନିର୍ବାହୀ ଯନ୍ତ୍ରୀ ଅଫିସ ରେ କରାଇ କୋଟି କୋଟି ଟଙ୍କା ର ସାମଗ୍ରୀ ର ସୁଵିନିଯୋଗ ହୋଇ ପାରିଥାନ୍ତା। ତାହାବି ହୋଇନି। କେବଳ ଜଣେ ଖଲାସୀ ଜିମ୍ମା ରେ ଗୁଣ ନିୟନ୍ତ୍ରଣ କାର୍ଯ୍ୟାଳୟ। ଏପରିକି ଉକ୍ତ କର୍ମଚାରୀ ଙ୍କୁ ରହିବା ପାଇଁ କ୍ୱାଟର ଟିଏ ମଧ୍ୟ ଦିଆ ଯାଇନି। ସେ ବାରିପଦା ନିବାସୀ ହୋଇଥିବାରୁ ବାସଗୃହ ନଥିବା ରୁ ସପରିବାର କାର୍ଯ୍ୟାଳୟ ରେ ହିଁ ରହିବାକୁ ବାଧ୍ୟ ହୋଇଛନ୍ତି। 

ଅତୀତରେ ମଧ୍ୟ ଏହି ଗୁଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଇନ୍ଦ୍ରାବତୀ ରୁ ଉଠିଯାଇଥିଲା ଏଠାରୁ ଉକ୍ତ ଡିଭିଜନ ର ସମସ୍ତ ଯନ୍ତ୍ରପାତି ଏଠାରୁ ସିଫ୍ଟ ହୋଇଥିଲା। କିନ୍ତୁ ସମୟକ୍ରମେ କିଛି ବର୍ଷ ବ୍ୟବଧାନ ରେ ଆଉ ଥରେ ଉକ୍ତ କାର୍ଯ୍ୟଳୟ ପୁଣି ଖୋଲିଲା। ରେକର୍ଡ କହୁଛି ଓଡ଼ିଶାର ଜଳସମ୍ପଦ ବିଭାଗ ର ଗୁଣ ନିୟନ୍ତ୍ରଣ ଲାବୋରାଟୋରୀ ମଧ୍ୟରେ ହୀରାକୁଦ ପରେ ଇନ୍ଦ୍ରାବତୀ ଗୁଣ ନିୟନ୍ତ୍ରଣ ପରୀକ୍ଷାଗାର ଦ୍ୱିତୀୟ ବୃହତ୍ତ ସ୍ୱୟଂସମ୍ପୂର୍ଣ୍ଣ । ତଥାପି ଅବହେଳିତ । ଏହାକୁ ଅଭିଶପ୍ତ କୁହାଯିବନି କଣ କୁହାଯିବ? ଏହି ପରୀକ୍ଷାଗାର ରେ ଅବିଭକ୍ତ କୋରାପୁଟ ଜିଲ୍ଲା ର ଜଳ ସେଚନ ବିଭାଗ ର ପ୍ରକଳ୍ପ ଗୁଡିକ କାର୍ଯ୍ୟବେଳେ ଟେଷ୍ଟିଂ କରା ଯାଉଥିଲା। ଯେଉଁ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ଜୟପୁର ରେ ଖୋଲିଛି ସେଠାରେ ମଧ୍ୟ ଇନ୍ଦ୍ରାବତୀ ପରୀକ୍ଷାଗାର ରେ ଯେତିକି ପରୀକ୍ଷା ପାଇଁ ସାମଗ୍ରୀ ଅଛି ସେଠାରେ ନାହିଁବୋଲି ଅଭିଯୋଗ ହେଉଛି। ପରୀକ୍ଷା କିପରି ହେଉଥିବ ଅନୁମେୟ। ଅନ୍ତତଃ ଏଠାରେ ପ୍ରସ୍ତାବିତ ନବରଙ୍ଗପୁର ସବଡ଼ିଭିଜନ କାର୍ଯ୍ୟାଳୟ ଖୋଲି ଅଭିଶପ୍ତ ଗ୍ରହଦୋଷ କିଛିଟା ଖଣ୍ଡନ ହୋଇପାରନ୍ତା।  ସେହିଭଳି ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଅଧିଗୃହିତ ଏକର ଏକର ଜମି ପରିତ୍ୟକ୍ତ ହୋଇ ପଡିଛି। ଶେଷରେ ଚାରି ପାଞ୍ଚ ଏକର ପରିମିତ ବିରାଟ ଷ୍ଟୋର ଓ ତତ୍ ସଲଗ୍ନ ଏକର ଏକର ଜମି ମାତ୍ର କେତୋଟି ଅଵ୍ୟଵହାର୍ଯ୍ୟ    ସ୍କାରପ ରେ ମଧ୍ୟ ନିଲାମ ନ ହୋଇ ପାରି ପଡିଥିବା ଯନ୍ତ୍ରପାତି ଗାଡି ଓ ଅନାବନା ଗଛ ର ଜଙ୍ଗଲ କୁ ଜଗୁଛନ୍ତି କିଛି ପ୍ରକଳ୍ପ ର ସୁରକ୍ଷା କର୍ମୀ । ଏହି ବିସ୍ତୀର୍ଣ୍ଣ ଅଞ୍ଚଳ ର ବିକଳ୍ପ ଚିନ୍ତା କରିବାର ସମୟ ଆସିଛି। 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପାଳିତ ହେଲା ମହାବିଦ୍ୟାଳୟର ପ୍ରଥମ ‘ଗ୍ରାଜୁଏସନ୍ ଦିବସ’

masiha

ବଡ ଧୁମ ଧାମ ରେ ଶୁଭାରମ୍ଭ ହେଲା ଚଇତି ୨୦୨୪. “ସୌରlଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ” 

masiha

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଜଣାଇଲେ ବ୍ଲକର ଅନେକ ସମସ୍ୟା  ସାଧାରଣ ଜନତା 

masiha

Leave a Comment

error: Content is protected !!