ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ ଏଚ ୨୬ ରୁ ବିଜୁ ଏକ୍ସପ୍ରେସ ୱେ କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ, ନିର୍ମାଣ କରିବାକୁ ଦାବି

କୋକସରା,୧୯/୦୭ // ରାଜ୍ୟ ସରକାର ସହରରୁ ଗ୍ରାମାଞ୍ଚଳକୁ ଗମନାଗମନ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସଡକ ଯୋଜନା କରିଛନ୍ତି । ଅନେକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇ ଲୋକଙ୍କ ଗମନାଗମନ ପାଇଁ ବରଦାନ ସାଜିଛି । ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଏନ ଏଚ ୨୬ ବୋବରିଆ ଛକରୁ ବିଜୁ ଏକ୍ସପ୍ରେସ ୱେ ବଡ କେନ୍ଦୁଗୁଡା ବଜାର ପଡିଆକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଯିଏ ଦେଖିଛି ଓ ଏହି ରାସ୍ତା ଦେଇ ଯାଇଛି ସେ ହିଁ ଅଙ୍ଗେ ନିଭାଇବ। ରାସ୍ତା ତ ନୁହେଁ ମରଣ ଯନ୍ତା ପାଲଟିଛି ଏହି ରାସ୍ତା । ରାସ୍ତା ସାରା ଖାଳଖମା ହୋଇଥିବା ବେଳେ ଅଳ୍ପ ବର୍ଷା ହେଲେ ଖାଲରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଯମ ଯନ୍ତ୍ରଣା ଠୁ କମ ନୁହେଁ ବୋଳି ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ପର୍ଯ୍ୟାୟ କ୍ରମେ ନିର୍ମାଣ ହେଉଛି, ହେଲେ ଅତି ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣର ଗୋଟିଏ ବର୍ଷ ମଧ୍ୟରେ ଶୋଚନୀୟ ହୋଇ ପଡୁଛି। ରାସ୍ତା ନିର୍ମାଣ ସରିବା ପରେ କାର୍ଯ୍ୟ ସମ୍ପାଦନ ଠାରୁ ୫ ବର୍ଷ ପର୍ଯ୍ୟନ୍ତ ଠିକାସଂସ୍ଥା ରକ୍ଷଣାବେକ୍ଷଣ ମରାମତି କରିବା ଚୁକ୍ତିନାମା ରହିଥିଲେ ମଧ୍ୟ ଠିକାସଂସ୍ଥା ପକ୍ଷରୁ କୌଣସି ମରାମତି ହୋଇ ନଥିବା ନେଇ ବୋବରିଆ, ବିଜମରା, ବଡ କେନ୍ଦୁଗୁଡା, ଡୁଡୁକାଠେଙ୍ଗା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ରାସ୍ତା ବିଜୁ ଏକ୍ସପ୍ରେସ ୱେ ଓ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକରୀ ଚଞ୍ଚରା ସହ ଝାରବନ୍ଧ ପ୍ରାଚୀନ ଶୈବପୀଠକୁ ସଂଯୋଗ କରୁଥିବା ବେଳେ ରାସ୍ତାର ଅବସ୍ଥା ଶୋଚନୀୟ କାରଣରୁ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏନେଇ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ଏହି ରାସ୍ତା ପାଇଁ ବିଭାଗୀୟ ଟେଣ୍ଡର ସରିଛି, ଆଉ କିଛିଦିନ ପରେ କାର୍ଯ୍ୟ ଆରମ୍ଭ ହେବ ବୋଳି କହିଛନ୍ତି। ହେଲେ ବୋବରିଆ ଛକରୁ ଡେଙ୍ଗାଗୁଡା ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସରିଥିବା ବେଳେ ଡେଙ୍ଗାଗୁଡା ଛକ ଠାରୁ ବଡ କେନ୍ଦୁଗୁଡା ବଜାର ପଡିଆ ଏକ୍ସପ୍ରେସ ୱେ ପର୍ଯ୍ୟନ୍ତ ୩କିଲୋମିଟର ରାସ୍ତା ନିର୍ମାଣ କେବେ ହେବ ସେ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଏଥି ପ୍ରତି ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

ମସିହା ନିୟୁଜ ସର୍ଭିସ୍ 

Related posts

ଜରାଜିର୍ଣ୍ଣ ଅବସ୍ଥାରେ ଭାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

Sunil Chandra Nayak

ବେଲଝରୀ ଗ୍ରାମରେ ନୂତନ ନାଟକ ଉଦ୍ଘାଟନ

masiha

ରାଇରଙ୍ଗପୁରରେ ମା’ ଶାରଦା ସେବାସଂଘର ୨୯ ତମ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!