ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରାପାଟି ସ୍କୁଲ ପାଚିକା ତଦନ୍ତ ରେ ବିଡ଼ିଓ ଙ୍କ ସମେତ ତିନି ଅଧିକାରୀ 

ନର୍ଲା/ମସିହା/20/07/23 //ନର୍ଲା ବ୍ଲକ ଅଧିନସ୍ଥ ବେହରାପାଟି ସ୍କୁଲ ର ପାଚିକା ସହାୟିକା ସୁଦେଷ୍ଣା ସେଠୀ କିଛି ଦିନ ତଳେ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ଜାତିଆଣ ମନୋଭାବ ନେଇ ପ୍ରଧାନ ଶିକ୍ଷୟତ୍ରୀ ଚିତ୍ର ରେଖା ମହାପାତ୍ର ପାଚିକା କାର୍ଯ୍ୟରୁ ନିବୃତ କରିଛନ୍ତି ବୋଲି ତେଣୁ ଜିଲ୍ଲାପାଳ ମହୋଦୟା ବିଡ଼ିଓ ନର୍ଲା ଙ୍କୁ ଉକ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ନିର୍ଦ୍ଦେଶ ମତେ ଗତ ୧୯.୦୭.୨୦୨୩ ରିଖ ବୁଧବାର ସନ୍ଧ୍ୟା ୪ ଘଣ୍ଟା ସମୟରେ ବିଡ଼ିଓ ବାସନ୍ତୀ ସେଠୀ ଙ୍କ ସମେତ ତହସିଲଦାର ଶଙ୍କରବାଗ ନର୍ଲା , ବ୍ଲକ ଶିକ୍ଷା ଅଧିକାରୀ ତପିମଣି ଜାନି , ଏ.ବି.ଓ ଗୋବର୍ଦ୍ଧନ ମାଝୀ ଓ ଦୁର୍ଯ୍ୟ ଦେବ୍ ବାଗ ଙ୍କ ମିଳିତ ଭାବରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ସ୍କୁଲ ର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଏବଂ ସ୍କୁଲ ପାଚିକା ଶିକ୍ଷା ପରିଚାଳନା କମିଟି ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପସ୍ଥିତି ରେ ବିଡ଼ିଓ ଙ୍କ ତତ୍ବାବଧାନ ରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣ ଜଣ କରି ମତ ନିଆଯାଇଥିଲା ଏଥିରେ ପାଚିକା ଙ୍କ ଜାତିଆଣ ଆକ୍ଷେପ ଅଭିଯୋଗ କୁ ପାଚିକା ଙ୍କ ସମେତ ଶିକ୍ଷା ପରିଚାଳନା କମିଟି ର ସର୍ବାଧିକ ସଦସ୍ୟ ସଦସ୍ୟା ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଭିଯୋଗ ଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ ଏବଂ ସମସ୍ତ ଆରୋପ ପ୍ରତ୍ୟାରୋପ ଶୁଣିବା ପରେ ଉପସ୍ଥିତ ତହସିଲଦାର ଓ ବିଡ଼ିଓ ଶିକ୍ଷା ପରିଚାଳନା କମିଟି ଙ୍କୁ ବୁଝାସୁଝା କରି ପୂର୍ବ ପାଚିକା କୁ ରଖନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ ଓ ଗୋଟି ଗୋଟି କରି ମତ ନେଲେ ଏଥିରେ ସର୍ବାଧିକ ,ଆଠ ଜଣ, ସଦସ୍ୟ ସଦସ୍ୟା ନୂତନ ପାଚିକା ରଖିବା ପାଇଁ ମତ ରଖିଥିବା ବେଳେ ମାତ୍ର ତିନି ଜଣ ସଦସ୍ୟ ସଦସ୍ୟା ସୁଦେଷ୍ଣା ସେଠୀ ଙ୍କ ସପକ୍ଷରେ ମତ ରଖିଥିଲେ ହେଲେ ଶିକ୍ଷା ପରିଚାଳନା କମିଟି, ସହ ପାଚିକା ସୁଦେଷ୍ଣା ସେଠୀ ନିଜ ଭୁଲ କୁ ସ୍ବୀକାର କରୁ ନ ଥିବାରୁ ମନା କରିଦେଇଥିବା ସୂଚନା ମିଳିଛି ।

ଅନ୍ୟ ପକ୍ଷରେ ସୁଦେଷ୍ଣା ସେଠୀ ଆଇନ ର ଆଶ୍ରୟ ନେବି ବୋଲି ସମସ୍ତ ଙ୍କ ଆଗରେ ରୋକ୍ ଠୋକ୍ ଶୁଣାଇ ଚାଲି ଯାଇଥିଲେ ଏଣୁ ଏ ଦିଗରେ ଶିକ୍ଷା ବିଭାଗ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରି ଏହାର ସମାଧାନ କରନ୍ତୁ ବୋଲି ସ୍କୁଲ ଅଭିଭାବକ ମହଲରେ ଦାବି ହୋଇଛି ।

ଦୀପକ କୁମାର ଠାକୁର, ନର୍ଲା 

Related posts

ଭୁବନ ପୋଲିସ ର ସାମ୍ବାଦିକ ଙ୍କୁ ଆକ୍ରୋଶ ମୂଳକ ଗିରଫ ଦାବୀ ନେଇ ରାଜ୍ୟ ସାମ୍ୱାଦିକ ସଂଘର ପ୍ରତିବାଦ

Sunil Chandra Nayak

କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃ , ସଭାପତି ପଦବୀ ପାଇଁ ଜଣେ ମାତ୍ର ମହିଳା ପ୍ରାଥିନିଙ୍କ ନାମାଙ୍କନ ପତ୍ର ଦାଖଲ

masiha

ସିଲେଇ ତାଲିମ ସାର୍ଟିଫିକେଟ ବଣ୍ଟନ

Leave a Comment

error: Content is protected !!