ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଦୁଅ ପଚ ପଚ ଗାଁ ଦାଣ୍ଡ, ହିନସ୍ତା ହେଉଛନ୍ତି ଗ୍ରାମବାସୀ, ଅଭିଯୋଗ କଲେ ଶୁଣୁନାହାନ୍ତି ସରପଞ୍ଚ

କୋକସରା,୧୯/୦୭ // ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗମନା ଗମନର ସୁବିଧା ପାଇଁ ଗ୍ରାମାଞ୍ଚଳରେ ପକ୍କା ରାସ୍ତା ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନେକ କ୍ଷେତ୍ରରେ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଜନ ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏଭଳି ଏକ ସମସ୍ୟା ଦେଖା ଦେଇଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ କୁମୁଡ଼ାମୁଣ୍ଡା ଗାଁ ରେ । କୁମୁଡ଼ାମୁଣ୍ଡା ଗାଁ ରାସ୍ତା ଅଲ୍ପ ବର୍ଷାରେ କାଦୁଅ ପଚପଚ ହୋଇ ଯାତାୟାତରେ ସମସ୍ୟା ସୃଷ୍ଟି କରିଛି। ଗ୍ରାମରେ ଥିବା ରାସ୍ତାର ଦୁଇ କଡ଼ରେ ଡ୍ରେନ ନଥିବା କାରଣରୁ ସମସ୍ତ ମଇଳା ଆବର୍ଜନା ରାସ୍ତା ଉପରେ ପଡି ରହିଥିବା ବେଳେ ଅଳ୍ପ ବର୍ଷା ହେଲେ ମଇଳା ଆବର୍ଜନା ସବୁ ପୁତିଗନ୍ଧମୟ ପରିବେଶ ସହ କାଦୁଅ ହୋଇ ରାସ୍ତାରେ ଯାତାୟାତରେ ସମସ୍ୟା ସୃଷ୍ଟି କରିଛି । ରାସ୍ତାରେ ଡ୍ରେନ ନିର୍ମାଣ ସହ ରାସ୍ତା ମରାମତି ପାଇଁ ଗ୍ରାମବାସୀ ଅନେକ ଥର କାଉଡୋଳା ସରପଞ୍ଚ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ମରାମତି ହୋଇପାରିନାହିଁ। ଏହି ଗାଁ ରାସ୍ତା ଦେଇ ପ୍ରତ୍ୟହ ଗ୍ରାମବାସୀ ଯାତାୟତ କରୁଛନ୍ତି। ରାସ୍ତାରେ ମଇଳା କାଦୁଅ ଯୋଗୁଁ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଅନେକ ସମୟରେ ଗାଡ଼ି ମଟର ଯିବା ଆସିବାରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ଏହି ରାସ୍ତାଟିକୁ ଶୀଘ୍ର ମରାମତି କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ଏ ସମ୍ପର୍କରେ କୋକସରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କ ପ୍ରତିକ୍ରିୟା ନେବାରୁ ପଞ୍ଚାୟତ ପିଇଓଙ୍କୁ କହି ଡ୍ରେନ ଓ ରାସ୍ତା ମରାମତି କରିବାକୁ ପଞ୍ଚାୟତ ଅନୁଦାନରୁ ଶୀଘ୍ର ବ୍ୟବସ୍ଥା କରାଯିବା ନେଇ କହିଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ଭଙ୍ଗା ଘରେ ବିତୁଛି ଗୁଣ୍ଡିଚାଙ୍କ ଜୀବନ ;ପକ୍କା ଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ସାତ ସପନ

masiha

ମୋଟରସାଇକେଲ ଦୁର୍ଘଟଣା ୧ ମୃତ, ୨ ଆହତ 

Sunil Chandra Nayak

ଆଟିଗାଁ ଗ୍ରାମ ପଞ୍ଚାୟତରେ ଜଳ ସଙ୍କଟ ଓ ଅଚଳ ଷ୍ଟ୍ରିଟ୍ ଲାଇଟ୍: ଉପଜିଲ୍ଲାପାଳଙ୍କ ଜନଶୁଣାଣିରେ ଉଠିଲା ପ୍ରସଙ୍ଗ

Sunil Chandra Nayak

Leave a Comment

error: Content is protected !!