ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ ବିଭାଗର ମନମୁଖି କାର୍ଯ୍ୟ, ଆନ୍ଦୋଳନ ଓ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ଗ୍ରାମବାସୀ

ବାଲେଶ୍ଵର,୨୦/୭/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ, ଖଇରା ପଞ୍ଚାୟତ, ଖଇରା ତହସିଲର ଆଳଦା ହେଉଛି ଏକ ରାଜସ୍ୱ ଗ୍ରାମ । ଖଇରା ସବ୍-ପୋଷ୍ଟ ଅଫିସ୍ ପ୍ରତିଷ୍ଠା ହେବା ଠାରୁ ଆଳଦା ଗ୍ରାମଟି ରହିଆସିଥିଲା । ହେଲେ ନିକଟରେ ଖଇରା ସବ୍- ପୋଷ୍ଟ ଅଫିସର ଏକ ଶାଖା କାର୍ଯ୍ୟାଳୟ ନୟାଖଣ୍ଡି ପଞ୍ଚାୟତ ଉପର ମହଲାରେ ଖୋଲା ଯିବା ଦ୍ବାରା ଆଳଦା ଗ୍ରାମକୁ ସେଥିରେ ସାମିଲ କରାଯାଇଅଛି । ଦୀର୍ଘଦିନ ହେବ ଖଇରା ପୋଷ୍ଟ ଅଫିସରୁ ଉତ୍ତମ ସେବା ପାଇ ଆସୁଥିବା ଆଳଦା ଗ୍ରାମବାସୀ ବର୍ତ୍ତମାନ ନୟାଖଣ୍ଡି ପୋଷ୍ଟ ଅଫିସକୁ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ଆଶାଜନକ ସେବାରୁ ବଞ୍ଚିତ ହେବେ । ଯେହେତୁ ଆଳଦା ଗ୍ରାମର ଅତି ନିକଟତମ ପୋଷ୍ଟ ଅଫିସ୍ ଖଇରା । ବହୁ ଦିନର ପରିଚିତ ଖଇରା ପୋଷ୍ଟରୁ ବାଦ୍ ଦେଇ ନୟାଖଣ୍ଡି ପୋଷ୍ଟ ଅଫିସରେ ଆଳଦା ଗ୍ରାମକୁ ସାମିଲ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ପୁନର୍ବାର ଆଳଦା ଗ୍ରାମକୁ ଖଇରା ପୋଷ୍ଟ ଅଫିସକୁ ଫେରାଇ ଦେବାପାଇଁ ଗ୍ରାମବାସୀ ମାନେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହିତ ବିଭିନ୍ନ ମହଲକୁ ଅଭିଯୋଗ ପତ୍ର ପ୍ରଦାନ ମଧ୍ୟ କରିଛନ୍ତି । ଯଦି ଆଳଦା ଗ୍ରାମକୁ ଖଇରା ପୋଷ୍ଟ ଅଫିସକୁ ଫେରାଇ ନ ଦିଆଯାଏ, ଆଗାମୀ ଦିନରେ ଆନ୍ଦୋଳନ, ରାସ୍ତାରୋକ ଓ ଆତ୍ମହତ୍ୟା ଭଳି ଯେଉଁ ପରିସ୍ଥିତି ସୃଷ୍ଟି ହେଵ ସେଥିପାଇଁ ବିଭାଗୀୟ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ହିଁ ଦାୟୀ ରହିବେ ବୋଲି ପଦ୍ମଲୋଚନ ଦାସ, ଗୋଲକ ଦାସ, ନରେନ୍ଦ୍ର ବେହେରା, ଭାସ୍କର ବେହେରା, ଜଗତାନନ୍ଦ ପଲେଇ, ନରେନ୍ଦ୍ର ସାହୁ, ହରେକୃଷ୍ଣ ସାହୁ, ଉପେନ୍ଦ୍ର ବେହେରା, ଅକ୍ଷୟ କୁମାର ଦାସ, ଜିତେନ୍ଦ୍ର ଦାସ, ବିନୋଦ ଦାସ, କୃଷ୍ଣ ଚନ୍ଦ୍ର ଦାସ, ଗୋବିନ୍ଦ ଦାସ, ସୁଦାମ ସାହୁ, ମାନସ କୁମାର ବାରିକ, ସନ୍ତୋଷ କୁମାର ବାରିକ, ନାରାୟଣ ବେହେରା, ରାଜେନ୍ଦ୍ର ଦାସ, ଜିତେନ୍ଦ୍ର ଖିଲାର, ନାରାୟଣ ଖିଲାର, ଡମ୍ବରୁଧର କେଶୀ, ପୁରସ୍ତମ ବାରିକ, ସୁଧାଂଶୁ ପାଇକରାୟ, ଲକ୍ଷ୍ମୀଧର ମହାରଥା, ଯୋଗେଶ୍ବର ମହାରଥା, ରତ୍ନାକର ସାହୁ, ଲକ୍ଷ୍ମୀଧର ସାହୁ, ରଘୁନାଥ ବେହେରା, ରଘୁନାଥ ପରିଡା, ଭୀମସେନ ପରିଡା, ସୁଦର୍ଶନ ସେଠୀ, ବୀରଭଦ୍ର ସେଠୀ, ପବିତ୍ର ପଲେଇ, କେଦାରକୃଷ୍ଣ ବେହେରା, ମାନସ ସାହୁ, ପ୍ରଶାନ୍ତ ସାହୁ, ପ୍ରଶାନ୍ତ ଦାସ, ନାରାୟଣ ଦାସ ଓ ରାଜୀବ ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଚେରୀହତାରେ ବାଦୀପାଲା ସ୍ବର୍ଣ ଜୟନ୍ତୀ ସମାରୋହ

masiha

ନବରଙ୍ଗପୁରଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ 

masiha

ବିନା ସୂଚନା ଫଳକ ରେ ମେସିନ ରେ ମନେରଗା କାମ ପ୍ରଶାସନର ପଡୁନି ଦୃଷ୍ଟି   

masiha

Leave a Comment

error: Content is protected !!