ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡା ବାନ୍ତି ରେ ନାବାଳିକାର ମୃତ୍ୟୁ

ପାପଡାହାଣ୍ଡି/ମଇଦଲପୁର,20/7, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ପଂଚାୟତ ର ପକାନାଗୁଡ଼ା ଗ୍ରାମର ଜଣେ ନାବାଳିକା ଝାଡା ବାନ୍ତିରେ ଗୁରୁବାର ମୃତ୍ୟୁ ବରଣ କରିଛନ୍ତି | ସେ ହେଲେ ଖଗପତି ମାଝୀ ଙ୍କ ଏକ ମାତ୍ର ଝିଅ ତରୁଲତା ମାଝୀ l ସୂଚନା ଅନୁସାରେ, ତରୁଲତା ସେମଳା ହାଇସ୍କୁଲ ରେ ଦଶମ ଶ୍ରେଣୀ ରେ ପାଠ ପଢୁଥିଲା l ବୁଧବାର ସ୍କୁଲ ରୁ ଫେରି ରାତି ରେ ଖାଇସାରି ଶୋଇଥିଲା l ହଠାତ ବିଳମ୍ବିତ ରାତି ରେ ଝାଡା ବାନ୍ତି ହୋଇଥିଲା l ଗୁରୁବାର ଗୁରୁତର ହେବାରୁ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତି କରାଯାଇଥିଲା l ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାମାଜିକ ସୁରକ୍ଷା ଅର୍ଥରାଶି ବଣ୍ଟନ

masiha

ଧର୍ମଗଡ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ

masiha

ରାୟଗଡା ବ୍ଳକ ରେ ବୁଥ ସ୍ତରୀୟ ଅଧିକାରୀଙ୍କ ତାଲିମ

masiha

Leave a Comment

error: Content is protected !!