ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ ପ୍ରଦାନ କରାଗଲା କୃତିମ କେଶ

ବାଲେଶ୍ଵର,୨୦/୭/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ଅଧୀନସ୍ଥ ବାଉଁଶ ଗଢିଆ ପଞ୍ଚାୟତର କଳମଚୁଆ ଗ୍ରାମରେ ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ କୃତିମ କେଶ ପ୍ରଦାନ କରାଯାଇଅଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ଅନ୍ନପୂର୍ଣ୍ଣା ବିଗତ ୮ ମାସ ହେବ କ୍ୟାନସର ରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ ଏବଂ କେମୋ ନେବାପରେ ତାଙ୍କର କେଶ ସମ୍ପୂର୍ଣ୍ଣ ଭାବେ ଝଡ଼ି ଯାଇଥିଲା । ଏହି ଖବରପାଇ ଖଇରା ଅଞ୍ଚଳର ସମାଜସେବୀ ଜନସେବକ ରାଜୀବଙ୍କ ନଜରକୁ ଆସିଥିଲା । ସେ ସଙ୍ଗେ ସଙ୍ଗେ ଓଡିଶାରୁ କେଶ ସଂଗ୍ରହ ଓ କୃତିମ କେଶ ପ୍ରଦାନ କରୁଥିବା ଶୁଭାଟ୍ରଷ୍ଟର ଉପସଭାପତି ହରପ୍ରିୟା ନାୟକଙ୍କୁ ଜଣାଇଥିଲେ । ଶ୍ରୀମତୀ ନାୟକ ହାଇଦ୍ରାବାଦ ରେ ଥିବା Hydrabad Hair Donation for Cancer patients ମାଧ୍ୟମରେ ସଂଗ୍ରହ କରାଯାଇ ଅଦ୍ଯ ତା ୨୦/୭/୨୦୨୩ ରିଖ କଟକ ସ୍ଥିତ ଆଚାର୍ଯ୍ୟ ହରିହର ମେଡିକାଲ (ଲଲିତ ରାୟ) ଦ୍ବାରା ପ୍ରଦାନ କରାଯାଇଅଛି । ଲଲିତ ରାୟ ଯେ କି S C B ଏବଂ ଆଚାର୍ଯ୍ୟ ହରିହରକୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ମାନଙ୍କୁ ସେବା ଯୋଗାଇଥାନ୍ତି, ତାଙ୍କରି ମାଧ୍ୟମରେ ଏହି କୃତିମକେଶ ପୀଡିତ ଅନ୍ନପୂର୍ଣ୍ଣାଙ୍କୁ ପ୍ରଦାନ କରାଯାଇଅଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅଯୋଧ୍ୟାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଦିନ ମଦ ମାଂସ ବିକ୍ରି ବନ୍ଦ କରିବା ପାଇଁ ଦାବିପତ୍ର ପ୍ରଦାନ କଲା ଆଦିବାସୀ କଲ୍ୟାଣ ସଂଘ 

masiha

ନବରଙ୍ଗପୁର ଜିଲ୍ଲାରୁ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା ଓ ବାରାଣସୀ କୁ ତୀର୍ଥଯାତ୍ରା 

masiha

ଦ୍ୱାଦଶ ବାଣିଜ୍ଯରେ ଧର୍ମଗଡ଼ର ଝିଅ ତନିସା ବଂଶଲ କଳାହାଣ୍ଡି ଟପ୍ପର

Leave a Comment

error: Content is protected !!