ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁସୂଚିତ ଜାତି ଓ ଜନଜାତି ର ଔଦ୍ୟଗୀକ ଯୁବକ ଯୁବତୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ଥେରୁବାଲି-୨୧/୦୭/୨୦୨୩ // “ଜଣେ ବ୍ୟକ୍ତି ମାଲିକ ହେବ ନା ନୌକର ହେବ ,ଏହା ତାର ନିଜସ୍ୱ ପସନ୍ଦ ” ବୋଲି କାର୍ଯ୍ୟକ୍ରମ ରେ ଉପସ୍ଥିତ ଉଦ୍ୟୋଗୀ ଯୁବକ ଯୁବକ ମାନଙ୍କୁ ପରାମର୍ଶ ଛଳରେ କହିଛନ୍ତି ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ,ଇମ୍ଫାର ଉପସଭାପତି ଶ୍ରୀମାନ ଆଶିଷ କୁମାର ରାୟ । ଜାତୀୟ ଏସ. ଟି /ଏସ.ସି ହବ ର ଓଡିଶା ଶାଖା ମୁଖ୍ୟ ଶ୍ରୀମାନ ଶୁଭାଶିଷ ଦାସ ଓ ତାଙ୍କର ସହଯୋଗୀ ଶ୍ରୀମାନ ପି.କେ.କର ଓ ଶ୍ରୀମାନ ବି.କେ.ପଣ୍ଡା ଅଂଶ ଗ୍ରହଣକାରୀ ଙ୍କୁ ନୂତନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉପଲବ୍ଧ ସବୁ ସୁବିଧା ସୁଯୋଗ ସମ୍ପର୍କରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମୁଖ୍ୟ ପରିଚାଳକ ଶ୍ରୀମାନ ବିକାଶ ଚନ୍ଦ୍ର ବାଇନ, ଉପମୁଖ୍ୟ ପ୍ରବନ୍ଧକ, ନାବାର୍ଡ ଶ୍ରୀମାନ ସନ୍ତୋଷ କୁମାର ସାମଲ, ଆର.ସେ.ଟି ର ନିର୍ଦ୍ଦେଶକ ଶ୍ରୀମାନ ସରୋଜ କାନ୍ତ ପୃଷ୍ଟି, ଅଣୁ କ୍ଷ୍ୟୁଦ୍ର ଓ ମାଧ୍ୟମ ଶିଳ୍ପ ବିଭାଗ ର ସହକାରୀ ନିଦ୍ଦେଶକ ଶ୍ରୀମାନ ଏମ.କେ.କୋଟି ରତ୍ନମ ଯୋଗଦେଇ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ର ସୂଚନା ଦେଇଥିଲେ। ଇମ୍ଫାର ଉପ ମୁଖ୍ୟ ପ୍ରବନ୍ଧକ ଶ୍ରୀମାନ କଲୋଲ କୁମାର ନାୟକ ଅଂଶ ଗ୍ରହଣ କାରୀ ଙ୍କୁ ଇମ୍ଫା ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ଶିଳ୍ପକେନ୍ଦ୍ରର ଅଧିକାରୀ ଶ୍ରୀମାନ ସବ୍ୟସାଚୀ ସାହୁ ଯୋଗ ଦେଇ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଲୋକ ସମ୍ପର୍କ ବିଭାଗର ଅଧିକାରୀ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ଆୟୋଜନ କରିଥିବା ବେଳେ ସ୍ଥାନୀୟ ସାମାଜିକ କର୍ମୀ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ସଂଯୋଜନା କରିଥିଲେ। ସ୍ଥାନୀୟ ଅଞ୍ଚଳର ପ୍ରାୟ 40 ଜଣ ଶିକ୍ଷିତ ଯୁବକ ଯୁବତୀ ଏହି କର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଓ ଲୋକ ସମ୍ପର୍କ ବିଭାଗର କର୍ମକର୍ତ୍ତା ଶ୍ରୀମାନ ରବି ଓ ମାନସ ମହାପାତ୍ର ସହଯୋଗ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାଉଡୋଳା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

ରାଇରଙ୍ଗପୁରରେ ବୟନିକାର ୬୭ ତମ ପ୍ରତିଷ୍ଠା ଦିବସ

ସରସ୍ୱତୀ ଟ୍ରାନ୍ସପୋର୍ଟର ବେନିୟମ କାର୍ଯ୍ୟ

masiha

Leave a Comment

error: Content is protected !!