ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱଚ୍ଛ ଭାରତ ମିଶନ ତରଫରୁ ସର୍ଭେକ୍ଷଣ

ବାଲେଶ୍ଵର,୨୧/୭/୨୩ -ଭାରତକୁ ସ୍ୱଚ୍ଛ ସୁନ୍ଦର କରିବାକୁ ଚିନ୍ତା କରୁଥିବା ମହାତ୍ମାଗାନ୍ଧୀଙ୍କ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାସ କରୁଛନ୍ତି । ଏଥିପାଇଁ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ୨୦୨୩ ଆରମ୍ଭ କରାଯାଇଛି । ସ୍ଵଛ ଭାରତ ମିଶନ ତରଫରୁ ବାଲିଆପାଳ ବ୍ଲକ ଘଣ୍ଟୁଆ ଗ୍ରାମ ପଞ୍ଚାୟତ ଘଣ୍ଟୁଆ ଗ୍ରାମରେ ଥିବା ସ୍କୁଲ, ଅଙ୍ଗନବାଡି ଓ ଡାକ୍ତରଖାନା ସମେତ ଗ୍ରାମରେ ଘରେ ଘରେ ହୋଇଥିବା ପାଇଖାନା ଗୋଡ଼ିକ ସର୍ଭେ କରାଯାଇଥିଲା । ବର୍ଷା ଦିନରେ ପାଇଖାନା ବ୍ୟବହାରକୁ ଏସ ବି ଏମ ବିଶେଷ ଭାବରେ ଗୁରୁତ୍ୱ ଦେଉଛି । ସ୍ଵଛ ଭାରତ ସର୍ଭେକ୍ଷଣ ତରଫରୁ ଫିଲଡ ଏସୁଅସାର ସୁଦର୍ଶନ ମହାକୁଡ଼, ଘଣ୍ଟୁଆ ପଞ୍ଚାୟତ ସରପଞ୍ଚ ସୁନୀଲ କୁମାର ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରୋଧ କୁମାର ବେହେରା ,ବି ଆର ସି ସୁପ୍ରିୟା ବିଶ୍ୱାଳ, ମାଷ୍ଟର ଟ୍ରେନର ଲଷ୍ମୀଧର ପ୍ରଧାନ, ସପନ କୁମାର ବାଗ, ବଂଶୀଧର ଜେନା ପ୍ରମୁଖ ସର୍ଭେ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଫେଇ କାର୍ଯକ୍ରମ

masiha

ଖଣ୍ଡାୟତ କ୍ଷତ୍ରିୟ ଚଷା ପାଇକ ସମାଜର ଜାତୀୟ ସମାବେଶ  ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାତୃତ୍ବଭାବ ସୃଷ୍ଟି ପାଇଁ ଗୁରୁତ୍ୱାରୋପ 

masiha

ହ୍ୟୁମାନିଟି ଫାଉଣ୍ଡେସନ ର ପ୍ରଥମ ବାର୍ଷିକୋତ୍ସବ ସମ୍ପନ୍ନ

masiha

Leave a Comment

error: Content is protected !!