ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଜାତୀୟ ଆମ୍ବ ଦିବସ।ଜାପାନୀ ପ୍ରଜାତିର ଆମ୍ବ ଫଳାଇ ଚର୍ଚ୍ଚାରେ ରକ୍ଷାକର ଭୋଇ

ପେଶା ଶିକ୍ଷକତା କିନ୍ତୁ ନିଶା ଗଛ ଲଗାଇବା

କଳାହାଣ୍ଡି ଜିଲ୍ଲାରେ ଏମିତି ଲୋକ ଅଛନ୍ତି ଯିଏ କି ପେଶାରେ ସରକାରୀ ଶିକ୍ଷକ କିନ୍ତୁ ନିଶା ହେଉଛି ଗଛ ଲଗାଇବା । ତାଙ୍କ ବଗିଚାରେ ଅନେକ କିଶମର ଫୁଲ ,ଫଳ, ତଥା ଔଷଧୀୟ ବୃକ୍ଷ ଦେଖିବାକୁ ମିଳିଛି । ସବୁଠାରୁ ଅଧିକ ଚର୍ଚ୍ଚା ହେଲା ଜାପାନୀ ପ୍ରଜାତିର ମିଆଁଜଖି ଆମ୍ବ ଯାହାକି ଆନ୍ତର୍ଜାତିକ ବଜାରରେ ଢେର ଚାହିଦା ଥିବା ଆମ୍ବ ଫଳାଇ ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । 

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତର କାନ୍ଦୁଲଗୁଡା ଗ୍ରାମର ରକ୍ଷାକର ଭୋଇ । ସେ ନୀକଟସ୍ଥ ମିଚା ଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଥାନ୍ତି । ସେ ପାଠ ପଢିବା ସମୟରେ ଗଛ ଲଗାଇବା ପ୍ରତି ଆକୃଷ୍ଟ ହୋଇଥିଲେ । ସେହିଦିନ ଠାରୁ ଗଛ ଲଗାଇବା ଆରମ୍ଭ କରିଛନ୍ତି । ରକ୍ଷାକର ସ୍କୁଲ ଗଲା ପରେ ତାଙ୍କ ସ୍ତ୍ରୀ ସୁଭଦିନି ଭୋଇ, ତାଙ୍କ ବଡ଼ଭାଇ ଚତୁର୍ଭୁଜ ଭୋଇ ସମସ୍ତେ ଗଛ ମାନଙ୍କର ଯତ୍ନ ନେଇଥାନ୍ତି । ସ୍କୁଲରୁ ଆସିଲା ପରେ ପୁଣିଥରେ ରକ୍ଷଣାବେକ୍ଷଣ କାମରେ ଲାଗି ଯାଆନ୍ତି । 

ରକ୍ଷାକରଙ୍କ ବଗିଚାରେ ୧୫ ପ୍ରକାର ଆମ୍ବ ଗଛ ସହିତ ଜାପାନ ପ୍ରଜାତିର ମିଆଁଜଖି ଆମ୍ବ, ଥାଇଲାଣ୍ଡ ବରକୋଳି, ପାଣି ସେଓ, ପାନପତ୍ର, ଡାଳଚିନି, ତେଜପତ୍ର, ନଡିଆ, ପିସ୍ତାବାଦାମ ସମେତ ଶତାଧିକ ଔଷଧୀୟ ଗଛ ମଧ୍ୟ ଲଗାଇଛନ୍ତି । ମିଆଁଜଖି ଆମ୍ବ ବିଶ୍ଵ ବଜାରରେ ବେଶ ଚାହିଦା ରହିଛି । ଏହି ଗଛକୁ ବିଗତ ୧୨ ବର୍ଷ ତଳେ ହାଇଦ୍ରାବାଦ ରୁ ଆଣିଥିଲେ । ଗଛ ବଢିବା ସହିତ ଫଳ ମଧ୍ୟ ଫଳୁଛି । କିନ୍ତୁ ଏହି ଆମ୍ବ ବିଷୟରେ କିଛି ଜାଣି ନଥିଲେ । ଏହି ଗଛ ବାବଦରେ ଇଣ୍ଟରନେଟ ମାଧ୍ୟମରେ ସର୍ଚ୍ଚ କଲା ପରେ ଏହା ଏକ ବିରଳ ପ୍ରଜାତିର ଆମ୍ବ ଗଛ ବୋଲ ଜଣା ପଡିଥିଲା । ଏହା ଜାପାନର କ୍ୟୁତ ଅଞ୍ଚଳରେ ଚାଷ ହୋଇଥାଏ । ଏହି ଆମ୍ବ ଅଣ୍ଡା ଆକୃତିର ହୋଇଥିବା ବେଳେ ଏହା ଦେଖିବାକୁ ଲାଲରଙ୍ଗ ଦେଖାଯାଏ । ଏହି ଆମ୍ବ ଦୁନିଆର ସବୁଠାରୁ ମହାଙ୍ଗା ଆମ୍ବ ଅଟେ । ସୂଚନା ଅନୁସାରେ ଗତ ୨୦୧୭ ମସିହା ଆନ୍ତର୍ଜାତିକ ବଜାରରେ ଏହି ମିଆଁଜଖି ଆମ୍ବ କେଜି ପ୍ରତି ୩୬୦୦ ଡ଼ଲାର ବା ଇଣ୍ଡିଆ କରେନ୍ସି ହିସାବରେ ପ୍ରାୟ ୨ଲକ୍ଷ ୭୦ ହଜାର ଟଙ୍କା ବିକ୍ରୀ ହୋଇଥିଲା । କିନ୍ତୁ ଓଡିଶା ବଜାରରେ ଏହାର ଅନ୍ୟ ଆମ୍ବ ସହିତ ସମାନ ଅଛି । ଏହି ଆମ୍ବର ଚାହିଦା ପ୍ରତି କାହାର ନିଘା ମଧ୍ୟ ନାହିଁ । ବିଗତ ବର୍ଷ ମାନଙ୍କରେ କଳାହାଣ୍ଡି ଜିଲ୍ଲା ଭୋକର ଭୂଗୋଳ ବୋଲି ସମଗ୍ର ବିଶ୍ୱରେ ବିଦିତ ଥିଲା । କିନ୍ତୁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ର ଚାଷୀ ଡ୍ରାଗନ ଫଳ, ଧର୍ମଗଡ ବ୍ଲକ ର ଚାଷୀ ଗ୍ରୀନ ସେଓ ଓ ଏବେ ଜୁନାଗଡ଼ ବ୍ଲକ କାନ୍ଦୁଲଗୁଡା ର ଚାଷୀ ଜାପାନ ଦେଶରେ ଫଳୁଥିବା ବିରଳ ଆମ୍ବ ଚାଷ କରି କଳାହାଣ୍ଡି ଜିଲ୍ଲାର ସୁନାମ ବଢ଼ାଇ ରଖି ପାରିଛନ୍ତି ।

ଆଜି ଦେଉଛି ସେହି ଫଳର ରାଜା ଆମ୍ବ ଦିବସ । ପ୍ରତିବର୍ଷ ଜୁଲାଇ ୨୨ ତାରିଖକୁ ଜାତୀୟ ଆମ୍ବ ଦିବସ ଭାବରେ ପାଳନ କରାଯାଏ ।

ଜାପାନ ଦେଶରେ ଫଳୁଥିବା ବିରଳ ଆମ୍ବ ଚାଷ କରି କଳାହାଣ୍ଡି ଜିଲ୍ଲାର ସୁନାମ ବଢ଼ାଇ ଥିବା ଶିକ୍ଷକ ରକ୍ଷାକର ଭୋଇଙ୍କୁ ଜାତୀୟ ଆମ୍ବ ଦିବସରେ ସଲାମ….

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଜୟନ୍ତି ପାଳନ 

Sunil Chandra Nayak

ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ମନିଟରିଂ ଟିମ୍ ଗଠିତ

ଅବସର କାଳୀନ ସମ୍ବର୍ଦ୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!