ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗରର ଗର୍ବ ଓ ଗୌରବ ସତ୍ୟ ଶଙ୍କର ପତି : ନିଟ୍ ପରୀକ୍ଷାରେ ଆଣିଲେ ସଫଳତା 

କାମାକ୍ଷାନଗର (ମନିସ )୨୨/୦୭_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ଜିରିଡାମାଳୀ ଗ୍ରାମର ସତ୍ୟ ଶଙ୍କର ପତି ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଓଡିଶାରେ ୮୦ ନମ୍ବର ସ୍ଥାନରେ ନିଜର ପ୍ରତିଭା ଦେଖାଇବା ସହ କାମାକ୍ଷାନଗର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି l ପିଲାଟି ଦିନରୁ ପାଠ ପ୍ରତି ବେଶ୍ ଆଗ୍ରହ ଦେଖିବାକୁ ମିଳିଥିଲା ଯେପରିକି ତୁଳସୀ ଦୁଇପତ୍ର ରୁ ବାସିଲା ଭଳି ପିଲାବେଳୁ ଜଣାପଡୁଥିଲା l ତାଙ୍କର ଏ ସଫଳତା ପିତା ଭୁବନାନନ୍ଦ ପତି , ମାତା କାଦମ୍ବିନୀ ପଣ୍ଡା ଓ ବଡ ଭାଇ ସୌମ୍ୟ ଶଙ୍କର ପତି ଙ୍କ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇପାରିଛି l

ତାଙ୍କର ଅକ୍ଲାନ୍ତ ପରିଶ୍ରମ ଓ ଜଣେ ସରକାରୀ ବିଦ୍ୟାଳୟର ଛାତ୍ରହୋଇ ଢେଙ୍କାନାଳ ଜିଲ୍ଲା ଓ କାମାକ୍ଷାନଗର ବ୍ଲକ ପାଇଁ ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି l ସେ ପ୍ରଥମେ ରହଣି ଉପ୍ରା ବିଦ୍ୟାଳୟ ରୁ ଶିକ୍ଷା ଆରମ୍ଭ କରିଥିବାବେଳେ ଓ କାନପୁରା ହାଇସ୍କୁଲରୁ ଦଶମ ଉତୀର୍ଣ୍ଣ ହୋଇଥିଲେ l ସେହି ଦିନଠାରୁ ପାଠପଢ଼ାର ଦୌଡ଼ରେ ସବୁବେଳେ ଆଗରେ ରହି ଆସିଛନ୍ତି ,କେବେବି ପଛଘୁଞ୍ଚା ଦେଇ ନାହାନ୍ତି l ତାଙ୍କର ଏହି ସଫଳତାକୁ ନେଇ ପିତାମାତାଙ୍କ ଠୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ବେଶ୍ ଗର୍ବ ଅନୁଭବ କରୁଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳିତ 

masiha

ଏସଆଇ ବି.କେ. ପଣ୍ଡା ଓଡ଼ିଶା ପୁଲିସ କର୍ମଚାରୀ ସଂଘର ସଂଗଠନ ସମ୍ପାଦକ

masiha

ବାବନପୁର ଆଦର୍ଶ ଶିଶୁ ମନ୍ଦିର କମ୍ୟୁନିଟି ହଲ ପାଇଁ ଭିତ୍ତିପ୍ରସ୍ତର

Leave a Comment

error: Content is protected !!