ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶଶୁର ଘରେ ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ, ଥାନାରେ ଏତଲା

ପାପଡାହାଣ୍ଡି,22/7, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ଅନ୍ତର୍ଗତ ତୁଳସୀପଦର ଗ୍ରାମରେ ଶଶୁର ଘରେ ଜ୍ୱାଇଁଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଶନିବାର ଏତଲା ହୋଇଛି | ମୃତକ ହେଲେ ପାପଡାହାଣ୍ଡି ଥାନାର ଲାବଣ୍ୟପଦର ଗ୍ରାମର କାର୍ତିକ ସାନ୍ତା | ସେ ତୁଳସୀପଦର ଗ୍ରାମରେ ବିବାହ କରିଥିଲେ | ଗତ କାଲି ମୋଟର ସାଇକେଲରେ ପତ୍ନୀ ଓ ପିଲା ଛୁଆଙ୍କୁ ଆଣିବା ଲାଗି ଯାଇଥିଲେ | ଶନିବାର ଦିନ 10.30 ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଭାଇ ଶିରି ଖବର ପାଇଥିଲେ | ଯାଇ ଦେଖିଥିଲେ ଜେ ତାଙ୍କ ଭାଇଙ୍କ ନାକ ଓ ମୁହଁରୁ ଫେଣ ବାହାରୁଛି | ତାଙ୍କୁ ସନ୍ଦେହ ହେବାରୁ ରାତ୍ର 8.45 ସମୟରେ ମୈଦଲପୁର ଥାନାରେ ଏତଲା ଦେଇଛନ୍ତି | ପୋଲିସ ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ | ତେବେ କାର୍ତିକଙ୍କ ଶଶୁର ଘର ଲୋକେ କାର୍ତିକ ବାଇକରୁ ପଡିକି ଆସିଥିବା କହିଛନ୍ତି | ରାତିରେ ଖାଇ ଶାରୀ ସୋଇଥିଲେ | ସକାଳୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଉଠିନଥିବା କହିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ:୪ ମାମଲା ରୁଜୁ 

Sunil Chandra Nayak

ନୂଆପଡ଼ା ଜିଲ୍ଲା ସୀମାନ୍ତ ରୁ ଆଠ କିଲୋମିଟର ଦୂରତା ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଇନ୍ଦାଗାଁ ନିକଟସ୍ଥ ଆଟଙ୍ଗ ଜଙ୍ଗଲ ରେ ମାଓବାଦୀ ଓ ଆନ୍ତ ରାଜ୍ୟ ଯବନ ଙ୍କ ମଧ୍ୟରେ ଗୁଳି ବିନିମୟ,ଯୁଗ୍ମ ଅପରେସନ ଜାରି 

masiha

ବାଲିଛାଇ ରେ ଜୁଆ ଚଢ଼ାଉ ୦୮ ଗିରଫ

Sunil Chandra Nayak

Leave a Comment

error: Content is protected !!