ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକଙ୍କୁ ବନ୍ଧୁକ ଦେଖେଇ ଧମକ ,ଅଭିଯୁକ୍ତ ଗିରଫ

ନୂଆପଡ଼ା, : ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ଥାନା ପୁଲିସ୍ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ବନ୍ଧୁକ ସହ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ରୁ ପ୍ରକାଶ ଯେ, ଖରିଆରରୋଡ଼ ୱାର୍ଡ ନମ୍ବର ୧୧ ର ଧର୍ମେନ୍ଦ୍ର ସିଂ ବଗା ଓ ଉତ୍ତରପପ୍ରଦେଶ ରାଜ୍ୟର ସୋନୁ ସିଂ(୩୨)ଙ୍କ ମଧ୍ୟରେ କୌଣସି କାରଣଙ୍କ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ସୋନୁ ରାଗିଯାଇ ବନ୍ଧୁକ ବାହାର କରି ଧର୍ମେନ୍ଦ୍ରକୁ ହତ୍ୟା କରିବାକୁ ଧକମ ଦେଇ ଫେରାର ହୋଇଥିଲେ। ଏନେଇ ଧର୍ମେନ୍ଦ୍ର ଜୋଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପରେ ଦଳଦଳିଠାରେ ଥିବା ଏକ ଢାବାରୁ ପୁଲିସ୍ ସୋନୁଙ୍କୁ ଗିରଫ କରିବା ସହ ତାହା ଠାରୁ ଏକ ବନ୍ଧୁକ ଜବତ କରିଥିଲା। ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ କୈଳାସ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରହସ୍ୟଜନକ ଭାବେ ସ୍କୁଟିରେ ଲାଗିଲା ନିଆଁ, ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ

ବହୁ ଚର୍ଚ୍ଚିତ ଵହଳଦା ଷ୍ଟେଟ ବ୍ୟାଙ୍କରଜ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଘଟଣାର ପର୍ଦ୍ଧାଫାଶ କଲା ମୟୂରଭଞ୍ଜ ପୋଲିସ; ବିହାର ରାଜ୍ୟର ୨ ଦୁର୍ଦାନ୍ତ ଡକାୟତଙ୍କୁ ବାନ୍ଧିଲା ପୋଲିସ ; ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି; ସଫଳତା ପଛରେ ଚଷମା ଓ ଛୁରୀ 

masiha

ନାତିର ଠେଙ୍ଗା ମାଡରେ ଆଇର ମୃତ୍ୟୁ ,ମାଆ ଗୁରୁତର

masiha

Leave a Comment

error: Content is protected !!