ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁରେ ଡେଙ୍ଗୁ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ

କୋକସରା,୨୨/୦୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଲଡୁଗାଁ ହେଉଛି ଏକ ବ୍ୟସ୍ତ ବହୁଳ ସହର । ଏଠି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସହ ରହିଛି ଅନେକ ଶିଳ୍ପାନୁଷ୍ଠାନ।ବିଗତ କିଛି ବର୍ଷ ତଳେ ଲଡୁଗାଁରେ ଡେଙ୍ଗୁ ମହାମାରୀର ରୂପ ନେଇଥିବା ବେଳେ ଶତାଧିକ ସଂଖ୍ୟକ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ।ଏହାର ପୁନାରବୃତ୍ତି ନହେବା ପାଇଁ ଆଜି କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡେଙ୍ଗୁ ନିରାକରଣ ଓ ସଚେତନତା ପାଇଁ ଏକ ବୈଠକ ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ କେତନ ପାତ୍ରଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମ୍ୟାଲେରିଆ ପରାମର୍ଶ ଦାତା ସନ୍ତୋଷ କୁମାର ବାଗ, କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଲଡୁଗାଁ ସରପଞ୍ଚ ନକୁଳ ନାଏକ, ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ରଜତ ସୌମ୍ୟ ଅନୁରାଗ, ବିପିଏମ ସୁଜିତ ସିଂ କୁମାର, ଦୁଷ୍ମନ୍ତ କୁମାର ରାଉତ, ଫାର୍ମାସିଷ୍ଟ ଧୀରେନ୍ଦ୍ର ନାଏକ ଉପସ୍ଥିତ ରହି ଡେଙ୍ଗୁ ନିରାକରଣ ଉପରେ ସଚେତନ କରିବା ସହ ଲୋକଙ୍କୁ ଡେଙ୍ଗୁ ପ୍ରତିରୋଧ ପାଇଁ ସଚେତନ କରିଥିଲେ। ଏହି ଡେଙ୍ଗୁ ନିରାକରଣ କର୍ମଶାଳାରେ ଲଡୁଗାଁର ବିଭିନ୍ନ ବ୍ୟବସାୟିକ ଶିଳ୍ପାନୁଷ୍ଠାନର ମାଲିକ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ କର୍ମଚାରୀ ଶ୍ରବଣ କୁମାର ପାଢୀ, ମଳୟ ଠାକୂର ସହଯୋଗ କରିଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

PARENTS AS PARTNERS MEETING HELD AT ANCHALBADI SEVASHRAM

masiha

ତେନ୍ତୁଳିଖୁଣ୍ଟି ର ଅଖିଳ ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ ର ରାଜ୍ୟ ନିର୍ଦେଶକ ନିର୍ବାଚିତ

Sunil Chandra Nayak

କେ-୧ ଜେମ୍ସ ପାର୍କରେ ହନୁମାନ ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଭବ୍ୟ ଭାବେ ସମାପ୍ତ

Sunil Chandra Nayak

Leave a Comment

error: Content is protected !!