ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସାହିତ୍ୟ ଏକାଡେମୀର ସଚିବଙ୍କ ବିୟୋଗରେ ଶୋକ

କଟକ : ଓଡିଶା ସାହିତ୍ୟ ଏକାଡେମୀର ସଚିବ ସାରସ୍ୱତ ସାଧକ ସାହିତ୍ୟିକ ପ୍ରବୋଧ ରାଉତଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି l ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ସାହିତ୍ୟିକ ପ୍ରବୋଧ ରାଉତଙ୍କୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି l ଶ୍ରୀ ରାଉତଙ୍କ ସାରସ୍ୱତ ସାଧନା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଅଧିକ ରସସିକ୍ତ କରିବା ସହ ପାଠକିୟ ଆଦୃତ ଲାଭ କରିଥିଲା l ସରଳ ମିଷ୍ଟଭାସି ମେଳାପୀ ଏହି ଭଳି ଜଣେ ସରସ୍ବତ ସାଧକଙ୍କୁ ଓଡିଶା ହରାଇଲା ବୋଲି ସଞ୍ଜିବନୀ ସେବା ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ଭୂୟାଁ ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକବ୍ୟକ୍ତ କରିଥିଲେ l ଶୋକ ସଭାରେ ସମ୍ପାଦକ ବିକ୍ରମ କେଶରୀ, ଲିଙ୍ଗରାଜ ବାରିକ, ହେମନ୍ତ କୁମାର ସାହୁ,ରଞ୍ଜନ କୁମାର ନାୟକ, ହରିହର ଦାସ, ସାଗର ପ୍ରଧାନ,ଯୁବ କବି ଦିଲୀପ ତ୍ରିପାଠୀ,କାଳିଆ ସେଠୀ,ଯୁବ କବୟିତ୍ରୀ ସ୍ୱପ୍ନା ନାମ ଦେବ, ଚିନ୍ମୟୀ ସେଠୀ,ଶୁଭଶ୍ରୀ ମହାପାତ୍ର,ସୁନିତା ପଣ୍ଡା,ସରିତା ନାଥ, ବର୍ଷା ପ୍ରିୟଦର୍ଶିନୀ ନାଥ ପ୍ରମୁଖ ଉପସ୍ଥିତ ରହି ଶୋକ ବ୍ୟକ୍ତ କରିଥିଲେ l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ନୂତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ଦୟନୀୟ ଅବସ୍ଥାରେ ତେରେସିଂହା କେନାଲ

Sunil Chandra Nayak

ସଞ୍ଚୟ ପକ୍ଷ ପାଳନ:ବରିଷ୍ଠ ନାଗରିକ ଓ ପେନ୍‌ସନ୍ ଭୋଗୀଙ୍କ ନିମନ୍ତେ ସତନ୍ତ୍ର ଆର୍ଥିକ ସାକ୍ଷରତା ଶିବିର – ୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!