ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚରାମୁଳା କୃଷି କ୍ଷେତ୍ରରେ ଆନ୍ଧ୍ର କୃଷି ଶ୍ରମିକ 

ତେନ୍ତୁଳିଖୁଣ୍ଟି ୨୩/୦୭/୨୩ // ବର୍ଷା ବିଳମ୍ବ ପାଇଁ ଧାନ ରୋଇବା ପାଇଁ ଶ୍ରମିକ ମିଳୁନାହାନ୍ତି। ପ୍ରତ୍ୟେକ ଗ୍ରାମ ରେ ଏକ ଅଘୋଷିତ ନିର୍ଦ୍ଦେଶ ଜାରି ହୋଇଛି ପ୍ରଥମେ ଗ୍ରାମ ର ରୁଆ ସରିଲେ ଅନ୍ୟ ଗ୍ରାମକୁ ଯିବ। ଏପଟେ ତଳି 30 ରୁ40 ଦିନ ହୋଇଗଲାଣି। କଣ କରିବେ ? ଚାଷ ତର ତର ବଣିଜ ମଠ ! ତଳି ସେପଟେ ପିଲ ଦେଲାଣି । କେବେ ମିଳିବେ ଶ୍ରମିକ ଚିନ୍ତାରେ ଚାଷୀ। ସେପଟେ ଆନ୍ଧ୍ର ରେ ଚାଷ ପାଇଁ ବର୍ଷା ନଥିବା ଯୋଗୁଁ ଖାଲି ରେ ବସିଛନ୍ତି ଚାଷୀ ଓ ଚାଷ ଶ୍ରମିକ। ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ଚରାମୁଳ। ର ଚାଷୀ ଜି ଗୋବିନ୍ଦା ଚାଷ ଶ୍ରମିକ ଅଭାବ ସମ୍ପର୍କରେ ନିଜ ସମ୍ପର୍କୀୟ ଙ୍କ ସହ କଥା ହେବା ବେଳେ କହିଥିଲେ, ତାଙ୍କର ଜଣେ ସମ୍ପର୍କୀୟ ସେଠାକାର ସମସ୍ୟା କହିଥିଲେ ।ପରେ ଉକ୍ତ ସମ୍ପର୍କୀୟ ନିଜେ କିଛି ଆନ୍ଧ୍ର ର କୃଷି ଶ୍ରମିକ ଆଣିବି ମୋର ନ ହେଲା ନାହିଁ ତୋର ତ ଚାଷ କାମ ର ଗୋଟିଏ ପର୍ଯ୍ୟାୟ ସରିଯିବ ବୋଲି କହିଥିଲେ। ଆଜି ଷୋହଳ ଜଣ କୃଷି ଶ୍ରମିକ ଙ୍କ ସହ ଜି ଜଗନ୍ନାଥ ତାଙ୍କ ସାତ ଏକର ଜମିରେ ରୁଆ କାର୍ଯ୍ୟ କରୁଥିବା ଦେଖି ସାଧାରଣ ରେ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। କିଏ କହିଲା ଜଗନ୍ନାଥ କୁ ଶ୍ରମିକ ତ ମିଳିଲା ଆଉ କିଏ କହିଲା ଆମ ଅଞ୍ଚଳ ଶ୍ରମିକ ଙ୍କ ହକ ମାରିଦେଲା। କିଏ କହିଲା ଯାହାହେଉ ଓଡ଼ିଶା ଶ୍ରମିକ ବାହାର ରାଜ୍ୟ ଯାଇ କାମ କରି ଦାଦନ ମାର୍କ। ପାଉଛନ୍ତି ,ଏହି ଆନ୍ଧ୍ର ଶ୍ରମିକ କୁ ଆମେ ଦାଦନ କହିପାରିବା। ଏହି ଦୃଶ୍ୟ ଦେଖିବାକୁ ଆଜି ବେଶ ଗଣମାଧ୍ୟମ ପ୍ରତିନିଧି ଙ୍କ ଭିଡ଼ ଜୁଟିଥିଲା। ଆନ୍ଧ୍ର କୃଷି ଶ୍ରମିକ ଙ୍କ ରୋପଣ ଶୈଳୀ ଟିକିଏ ଅଲଗା ଏବଂ ଦ୍ରୁତ ବୋଲି ଦେଖି ବାକୁ ମିଳିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

1974 ମାଟ୍ରିକ ବ୍ୟାଚ ର ଆଲୁମିନା ମିଟ

Sunil Chandra Nayak

ଶବ ଦାହ କରିଥିଲେ ଆଜି ନିଜେ ଶବ ହୋଇ ଗଲେ

masiha

ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ କାଉନସିଲରମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

masiha

Leave a Comment

error: Content is protected !!